ଭାରତ

ରାଘବଙ୍କ ନିଲମ୍ବନ ପ୍ରସଙ୍ଗ; ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି

(ଦିଲ୍ଲୀ) : ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୋମବାର ରାଜ୍ୟସଭା ସଚିବାଳୟକୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ।

ସୂଚନାନୁଯାୟୀ , ଗତ ଅଗଷ୍ଟ ମାସରେ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା । ରାଘବ ତାଙ୍କ ନିଲମ୍ବନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ରାଘବ ଯୁକ୍ତି ବାଢ଼ିଛନ୍ତି ଯେ ତାଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନର କୌଣସି ମାମଲା ନାହିଁ। ମାମଲା ରୁଜୁ ହୋଇଥିଲେ ମଧ୍ୟ ନିୟମ ୨୫୬ ଅନୁଯାୟୀ ତାଙ୍କୁ କେବଳ ସେହି ଅଧିବେଶନ ପାଇଁ ନିଲମ୍ବିତ କରାଯାଇପାରିବ। ଏହି ମାମଲା ବର୍ତ୍ତମାନ ସଂସଦର ବିଶେଷାଧିକାର କମିଟି ନିକଟରେ ରହିଛି। ସେ ତାଙ୍କ ପିଟିସନରେ ରାଜ୍ୟସଭା ସଚିବାଳୟ, ଅଧିକାର କମିଟିକୁ ପକ୍ଷଭୁକ୍ତ କରିଥିଲେ।

Related posts

ରାୟପୁର ଗସ୍ତରେ ରାଷ୍ଟ୍ରପତି, ଜଗନ୍ନାଥ ମନ୍ଦିରରେ କଲେ ପୂଜା

mahabharatanews

୨ ହଜାରରୁ ଅଧିକ ରେଳ ପ୍ରକଳ୍ପ ଉଦଘାଟିତ ଓ ଶିଳାନ୍ୟାସ

mahabharatanews

ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା

mahabharatanews