ଓଡିଶା

ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ନୋଟିସ 

(କେନ୍ଦ୍ରାପଡା) : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିବେ ହାଇକୋର୍ଟ। ତଳ କୋର୍ଟର ରେକର୍ଡ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେବେ। ନଭେମ୍ବର ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ସୂଚନାଯୋଗ୍ୟ, ୨୦୨୩, ସେପ୍ଟେମ୍ବର୍‌ ୨୨ରେ ପରିବାର ଅଦାଲତ ତାଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରି ଯେଉଁରାୟ ଦେଇଛନ୍ତି ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇଛନ୍ତି। ଏହି ମାମଲାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବି ପକ୍ଷଭୁକ୍ତ କରିଛନ୍ତି। କଟକ ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ରୁଜୁ କରିଥିବା ମାମଲାକୁ ବି ଖାରଜ କରିଥିଲେ।

Related posts

ନାଗରିକତା ବିଧେୟକକୁ ଶିବସେନାର ବିରୋଧ

mahabharatanews

ଡକାୟତି ଯୋଜନା ପଣ୍ଡ କଲା ଦିଗପହଣ୍ଡି ପୋଲିସ

mahabharatanews

ରାସ୍ତା ବନ୍ଦ ଥିବାରୁ ଅଟୋରେ ବୁହାହେଲେ ଗର୍ଭବତୀ

mahabharatanews