ଓଡିଶା

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସଂଖ୍ୟା ୪୪୧କୁ ବୃଦ୍ଧି 

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ପରେ ବୃଦ୍ଧି ପାଇବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆତଙ୍କ । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପ୍ରଭାବ ବଢୁଛି । ଏହି କ୍ରମରେ ନୂଆ ୧୧  ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୧ରେ ପହଞ୍ଚିଛି । ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଅପଡେଟ୍ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ  ।

ସୂଚନାନୁଯାୟୀ, ତେବେ ଯଥେଷ୍ଟ ଔଷଧ ମହଜୁଦ ରହିଛି । ଠିକ୍ ଚିକିତ୍ସା ଲାଗି ସ୍ଵତନ୍ତ୍ର ଡାକ୍ତରୀ ଦଳ ବି ପ୍ରସ୍ତୁତ ରହିଛନ୍ତି । ଏହି ରୋଗ ଲାଗି ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯାଉଛି ।  ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ୪୪୧ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

Related posts

ମହିଳା ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟ

mahabharatanews

ବାପାକୁ ପିଟି ପିଟି ହତ୍ୟା କଲା ପୁଅ

mahabharatanews

 ସକ୍ରିୟ ରହିଛି ଘୂର୍ଣ୍ଣିବଳୟ,ପ୍ରବଳ ବର୍ଷା ସମ୍ଭାବନା

mahabharatanews