ମନୋରଞ୍ଜନ

ରିଲିଜ ହେଲା ରାଜ କୁନ୍ଦ୍ରାଙ୍କ ବାୟୋପିକର ଟ୍ରେଲର 

(ମୁମ୍ବାଇ) :  ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଜୀବନକୁ ନେଇ ନିର୍ମିତ ହୋଇଥିବା ସିନେମା ‘ୟୁଟି୬୯’ର ଟ୍ରେଲର ରିଲିଜ ହୋଇଛି। ଏହି ସିନେମା ଜରିଆରେ  ‘ଆଡଲ୍ଟ ଫିଲ୍ମ ସ୍କାଣ୍ଡାଲ’ ମାମଲାରେ ଫସିବା ପରେ ରାଜ କିପରି ଯନ୍ତ୍ରଣା ଦେଇ ଗତି କରିଥିଲେ ତାହାକୁ କାହାଣୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ୟୁଟି୬୯’ ସିନେମାରେ ରାଜ କୁନ୍ଦ୍ରା ନିଜେ ଅଭିନୟ କରିଛନ୍ତି। ଫିଲ୍ମଟି ୨ ନଭେମ୍ବରରେ ରିଲିଜ ହେବାକୁ ଯାଉଛି।

ସୂଚନାନୁଯାୟୀ , ‘ୟୁଟି୬୯’ ‌ଟ୍ରେଲରରେ ରାଜ କହୁଛନ୍ତି, ‘ ଜେଲର ପବନ ଖାଇବା ବିଷୟରେ ଶୁଣିଥିଲି, କିନ୍ତୁ କେବେ ମୁଁ ଜେଲ ଯିବି ତାହା ଚିନ୍ତା କରି ନଥିଲି।’ ଟ୍ରେଲରର ଆଉ ଏକ ଦୃଶ୍ୟରେ ଦେଖିବାକୁ ମିଳୁଛି, ରାଜ କଏଦୀଙ୍କ ମଧ୍ୟରେ ବସିଛନ୍ତି। ଏହି ସମୟରେ ତାଙ୍କ ଆଖପାଖରେ ବସିଥିବା ଲୋକମାନେ ରାଜାଙ୍କୁ ଚିହ୍ନିବାକୁ ଚେଷ୍ଟା କରୁଛନ୍ତି।  ନିକଟରେ ରାଜ କୁନ୍ଦ୍ରା ଏକ ପୋଷ୍ଟ ସେୟାର କରି ଦର୍ଶକଙ୍କୁ ଖୁସି କରାଇଛନ୍ତି  ।

Related posts

୬୦୦ କୋଟି ଟଙ୍କା ଆୟ କଲା ଫିଲ୍ମ‘ଯବାନ’

mahabharatanews

ପରଲୋକରେ ଅଭିନେତା ଫିରୋଜ ଖାନ

mahabharatanews

 ଭିକିଙ୍କ ଫିଲ୍ମ  ‘ସାମ୍ ବାହାଦୂର’କୁ ୟୁଏ ସାର୍ଟିଫିକେଟ୍

mahabharatanews