ମନୋରଞ୍ଜନ

ଇସ୍ରାଏଲରୁ ଫେରି ଭାବପ୍ରବଣ ଭିଡିଓ ସେୟାର କଲେ ଅଭିନେତ୍ରୀ ନୁଶରତ

(ମୁମ୍ବାଇ) :  ଇସ୍ରାଏଲରେ ହମାସ ଆକ୍ରମଣ ପରେ ଚର୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ନୁଶରତ ଭାରୁଚା ।  କାରଣ ହମାସ ଆତଙ୍କବାଦୀ ଆକ୍ରମଣ ସମୟରେ ଅଭିନେତ୍ରୀ ଇସ୍ରାଏଲରେ ହିଁ ଥିଲେ । ସେ ୮ ଅକ୍ଟୋବରରେ ସୁରକ୍ଷିତ ନିଜ ଦେଶ ଭାରତକୁ ଫେରିଥିଲେ। ତେବେ ସେ ଇମୋସନାଲ ହୋଇପଡିଥିଲେ ଇସ୍ରାଏଲ ସ୍ଥିତି ଦେଖି । କେବଳ ସେତିକି ନୁହେଁ ସେ ଭୟବିତ ହୋଇପଡିଥିଲେ । ଭାରତ ଆସିବାର ଦୁଇ ଦିନ ପରେ ସେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ଏବଂ ସେ ନିଜ ସେଠିକାର ନିଜ କାହାଣୀ ବର୍ଣ୍ଣନା କରିଛନ୍ତି ।

ସୂଚନାନୁଯାୟୀ , ସେ କହିଛନ୍ତି ତେଲ ଅଭିବରେ ବୋମା ବିସ୍ଫୋରଣ ଏବଂ ସାଇରନ ଶବ୍ଦ ଶୁଣିବା ପରେ ସେ ଅତ୍ୟନ୍ତ ବିବ୍ରତ ହୋଇପଡିଥିଲେ । ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ହୋଟେଲର ତଳ ମହଲାରେ ଲୁଚିବା ପାଇଁ ପଡିଥିଲା । ସେ ଆହୁରି କହିଛନ୍ତି ଯେ, ଭାରତକୁ ଫେରିବା ପରେ ସେ ହୃଦୟଙ୍ଗମ କରି ପାରିଛନ୍ତି ଯେ, ଆମ ଦେଶ ଅର୍ଥାତ୍ ଭାରତ କେତେ ସୁରକ୍ଷିତ ଏବଂ ଆମେ ଏଠାରେ ଶାନ୍ତିରେ ବସବାସ କରୁଛୁ।

Related posts

OTT’ପ୍ଲାଟଫର୍ମରେ ଧମାଲ କରୁଛି ଫିଲ୍ମ ‘ଫାଇଟର୍’

mahabharatanews

ବଲିଉଡକୁ ଘାରିଛି ତମାଖୁ ବିଜ୍ଞାପନ ନିଶା  

mahabharatanews

ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଅଙ୍କିତା ଲୋଖଣ୍ତେ 

mahabharatanews