ମନୋରଞ୍ଜନ

ଏହି ସର୍ତ୍ତରେ ମିଳିଲା ଉର୍ବଶୀଙ୍କୁ ୨୪କ୍ୟାରେଟ୍ ସୁନା ଆଇଫୋନ୍

(ମୁମ୍ବାଇ) : ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ହଜିଗଲା ୨୪କ୍ୟାରେଟ୍ ସୁନା ଆଇଫୋନ୍ । ଗତ ଶନିବାର ଅର୍ଥାତ୍ ଅକ୍ଟୋବର ୧୪ରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ୍ ସମୟରେ ତାଙ୍କର ୨୪କ୍ୟାରେଟ୍ ସୁନା ଆଇଫୋନ୍ ହଜି ଯାଇଥିଲା। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଥିଲେ। ବର୍ତ୍ତମାନ ପାଞ୍ଚ ଦିନ ପରେ ଉର୍ବଶୀ ରୌତେଲାଙ୍କୁ ତାଙ୍କ ଫୋନ୍ ସମ୍ବନ୍ଧରେ ଏକ ଅପଡେଟ୍ ମିଳିଛି।

ସୂଚନାନୁଯାୟୀ ,ଫୋନ ରଖିଥିବା ଯୁବକ ତାଙ୍କୁ ମେଲ୍ କରି ଫୋନ ଫେରାଇ ଦେବେ ବୋଲି କହିଛନ୍ତି। ହେଲେ ଫୋନ ଫେରାଇବା ପୂର୍ବରୁ ସେ ଅଭିନେତ୍ରୀଙ୍କ ଆଗରେ ଏକ ସର୍ତ୍ତ ରଖିଥିବା ଜଣାପଡ଼ିଛି। ଉର୍ବଶୀ ରୌତେଲାଙ୍କ ପାଖକୁ ଗ୍ରୋ ଟ୍ରେଡର୍ସ ନାମକ ଏକ ଆକାଉଣ୍ଟରୁ ମେଲ ଆସିଛି, ଯାହାର ସ୍କ୍ରିନସଟ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ଲେଖାଯାଇଛି, ଆପଣଙ୍କ ଫୋନ ମୋ ପାଖରେ ଅଛି, ଯଦି ଆପଣ ଏହାକୁ ଫେରି ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମୋତେ ସାହାଯ୍ୟ କରିବାକୁ ହେବ। ମୋ ଭାଇଙ୍କର କର୍କଟ ରୋଗ ହୋଇଛି। ଆପଣ ତାଙ୍କର ଚିକିତ୍ସା ଖର୍ଚ୍ଚ ଦେ‌ଲେ ମୁଁ ଫୋନ ଫେରାଇବି। ଏଭଳି ମେଲ୍ ପାଇବା ପରେ ଅଭିନେତ୍ରୀ ସାହାଯ୍ୟ କରିବାକୁ ରାଜିଥିବା କହିଛନ୍ତି।

Related posts

ଚର୍ଚାରେ ସଲମାନଙ୍କ ଟାଇଗର-୩ 

mahabharatanews

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଆସନ୍ତା ୩୦ରେ ହତ୍ୟା ଧମକପୂର୍ଣ୍ଣ ଫୋନ୍ କଲ ଆସିଛି

mahabharatanews

ସାଉଥରେ କାମ କରିବାକୁ ଯାଉଛନ୍ତି କରୀନା କପୁର 

mahabharatanews