ଖେଳଭାରତ

ଭାଙ୍ଗିଲା ୨୦ ବର୍ଷର ପରାଜୟ ଧାରା

ଲୋମଟାଙ୍କୁରା ମୁକାବିଲା ଏବଂ ଉତ୍କଣ୍ଠାପୂର୍ଣ୍ଣ ପରିସ୍ଥିତିରେ ଭାରତୀୟ ଦଳ ଚଳିତ ବିଶ୍ବକପ୍‌ରେ ପଞ୍ଚମ ବିଜୟ ହାସଲ କରିଛି। ସେମିଫାଇନାଲ୍ ପ୍ରବେଶ ପାଇଁ ଗୋଟିଏ ପାଦ ବଢ଼ାଇ ଦେଇଛି। ରବିବାର ଧର୍ମଶାଳାରେ ଅନୁଷ୍ଠିତ ମୁକାବିଲାରେ ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨୦୧୯ ସେମିଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଏଥିସହିତ ଭାରତ ମଧ୍ୟ ଦୀର୍ଘ ୨୦ ବ‌ର୍ଷ ପରେ ନ୍ୟୁଜିଳାଣ୍ଡ୍‌ ବିପକ୍ଷରେ ଏକ ବିଶ୍ବକପ୍‌ ମ୍ୟାଚ୍‌ ଜିତି ପରାଜୟ ଧାରାକୁ ଭାଙ୍ଗିବାରେ ସକ୍ଷମ ହୋଇଛି। ଶେଷ ଥର ପାଇଁ ଭାରତ ୨୦୦୩ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଥିଲା। ମହମ୍ମଦ ସାମିଙ୍କ ୫ ୱିକେଟ୍ ସଫଳତା ପରେ ବିରାଟ କୋହଲିଙ୍କ ଲଢ଼ୁଆ ୯୫ ରନ୍‌ ଭାରତର ବିଜୟକୁ ସୁଗମ କରିଥିଲା। ଦୁଇ ଓଭର ପୂର୍ବରୁ ଭାରତ ୬ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରି‌ ନେଇଥିଲା। ବିଶ୍ବକପ୍‌ ମଞ୍ଚକୁ ଫେରିବାର ପ୍ରଥମ ମ୍ୟାଚ୍‌ରେ ମହମ୍ମଦ ସାମି ୫ ୱିକେଟ୍ ଦଖଲ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ ଅକ୍ଟୋବର ୨୯ରେ ଇଂଲଣ୍ଡ ସହ ଲକ୍ଷ୍ନୌରେ ଖେଳିବ। ୨୭୪ ରନ୍‌କୁ ପିଛା କରିଥିବା ଭାରତ ପାଇଁ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ୧୧ ଓଭରରେ ୭୧ ରନ୍‌ କରି ଦୃଢ଼ ମୂଳଦୁଆ ପକାଇଥିଲେ।

Related posts

ହିମାଚଳରେ ପ୍ରବଳ ବର୍ଷା : ଜାରି ହେଲା ହେଲ୍ପ ଲାଇନ ନମ୍ବର  

mahabharatanews

ଚାଉଳ ଉତ୍ପାଦନରେ ଚୀନକୁ ପଛରେ ପକାଇଛି ଭାରତ

mahabharatanews

ଆଜି ପ୍ରକାଶ ପାଇବ କଂଗ୍ରେସ ତାଲିକା 

mahabharatanews