ଖେଳ

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

ବ୍ୟୁରୋ: ବିଶ୍ୱକପ ଭିତରେ ଭାରତୀୟ କ୍ରିକେଟ ଟିମ ପାଇଁ ଆସିଲା ଦୁଃଖଦ ଖବର । ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ହୋଇଛି ପରଲୋକ ।୭୭ ବର୍ଷ ବୟସରେ ବିଶନ ସିଂହ ବେଦୀଙ୍କ ହୋଇଛି ଦେହାନ୍ତ । ଭାରତୀୟ କ୍ରିକେଟର ସେତିଲେ କିମ୍ବଦନ୍ତି ଖେଳାଳୀ । ନିଜର ସ୍ପିନ ବୋଲିଂରେ ବେହାଲ କରିଛନ୍ତି ପ୍ରତିପକ୍ଷକୁ । କେବଳ ଜଣେ ସ୍ପିନର ନୁହନ୍ତି । ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଥିଲେ ବିଶନ ସିଂହ ବେଦୀ । ବାମହାତୀ ସ୍ପିନ୍ର ଚକମାରେ ପ୍ରିପକ୍ଷରଙ୍କ ବ୍ୟାଟରଙ୍କୁ ଧରାଶାୟି କରୁଥିଲେ । ସେ ୧୨ ବର୍ଷର ଆନ୍ତର୍ଜାତୀୟ କ୍ୟାରିଅରରେ ଭାରତ ପାଇଁ ୬୭ ଟି ଟେଷ୍ଟ ଏବଂ ୧୦ ଟି ODI ଖେଳିଛନ୍ତି । ସେ ଭାରତର ପ୍ରଥମ ODI  ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଘାତକ ବୋଲିଂରେ ୧୯୭୫ ବିଶ୍ୱକପ୍ ରେ ପୂର୍ବ ଆଫ୍ରିକାକୁ ୧୨୦ରନରେ ସୀମିତ ରଖିଥିଲା । ୧୯୪୬ ମସିହା ସେପ୍ଟେମ୍ବର ମାସ ୨୫ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିବା ବେଦୀ ଜଣେ ବାମହାତୀ ସ୍ପିନର ଥିଲେ । ସେ ଭାରତ ପାଇଁ ୧୯୬୬ରୁ ୧୯୭୯ ମସିହା ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ୨୨ଟି ଟେଷ୍ଟ ମ୍ୟାଚରେ ଭାରତ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ବେଦୀ ୬୭ଟି ଟେଷ୍ଟ ମ୍ୟାଚ ଖେଳି ୨୬୬ଟି ୱିକେଟ ହାସଲ କରିଥିଲେ । ଏଥିସହିତ ସେ ୧୫୬୦ଟି ୱିକେଟ ନେଇ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ସମାପ୍ତ କରିଥିଲେ । ୧୯୭୦ ଦଶକରେ ନିଜ ଯାଦୁଗରୀ ସ୍ପିନରେ କମାଲ କରୁଥିଲେ ବିଶନ ସିଂ ବେଦୀ । ଏରାପଲ୍ଲୀ ପ୍ରସନ୍ନା, ବିଏସ୍ ଚନ୍ଦ୍ରଶେଖର ଓ ଏସ୍. ଭେଙ୍କଟରାଘବନଙ୍କ ସହ ଭାରତୀୟ ସ୍ପିନ ବୋଲିଂରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ ବିଶନ ସିଂ ବେଦୀ । ସେ ଭାରତ ପାଇଁ ୬୭ଟି ଟେଷ୍ଟ ଖେଳିଥିଲେ ।

Related posts

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଉଦଘାଟିତ

mahabharatanews

ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ

mahabharatanews

ବିଜେପିରେ ଯୋଗଦେବା କଥାକୁ ଖଣ୍ଡନ କଲେ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ

mahabharatanews