ଓଡିଶା

ପାର୍ବଣରେ ମାତିଛନ୍ତି ଲୁଟେରା : ବନ୍ଧୁକ ଦେଖାଇ ଘରୁ ଲୁଟିନେଲେ

ଔପଦା: ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ବଡପୋଖରୀ ପଞ୍ଚାୟତର ଆମ୍ବଗଡିଆ ଗ୍ରାମର ଉମାକାନ୍ତ ମଲ୍ଲିକଙ୍କ ଘରୁ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁବୁର୍ତ୍ତ। ସୂଚନା ଅନୁଯାୟୀ ଶ୍ରୀ ମଲ୍ଲିକଙ୍କ ପରିବାର ଗତକାଲି ରାତିରେ ଖାଇ ସାରି ଶୋଇଥିବା ବେଳେ ରାତ୍ରି ୧ ସମୟରେ କବାଟ ଭଙ୍ଗା ଯିବାର ଆବାଜ ସହ ଗୁଳି ଫୁଟିବାର ଆବାଜ୍ ଶୁଣି ଉଠି ପଡ଼ି ଥିଲେ। ବାହାରକୁ ଯାଇ ଦେଖିବା ପାଇଁ ଉଦ୍ୟତ ହେବା ସମୟରେ ହଠାତ୍ ୫ ଜଣ ମୁଖା ପିନ୍ଧା ଦୂର୍ବୁତ୍ତ ଘର ଭିତରକୁ ପଶି ଆଶି ବନ୍ଧୁକ, ଭୁଜାଲି ଓ ବାଡ଼ି ଦେଖାଇ ଟଙ୍କା ଓ ଗହଣା କଉଠୀ ଅଛି ନକହିଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଲେ।

ଏହାପରେ ଦୂର୍ବୁତ୍ତ ମାନେ ଶ୍ରୀ ମଲ୍ଲିକଙ୍କ ଘରୁ ନଗଦ ୩ ଲକ୍ଷ ୭୦ ହଜାର ଟଙ୍କା ସହ ୨ ଟି ନେକ୍ଲେସ, ୨ଟି ଚେନ,୪ ଟି ମୁଦି, ୪ଟି କାନଫୁଲ ଓ ଗୋଟିଏ ସୁନାର ବ୍ରେସଲେଟ ଏବଂ ଦୁଇ ଟି ମୋବାଇଲ ଫୋନ୍ ଲୁଟିନେବା ସହ ପରିବାର ସଦସ୍ୟଙ୍କୁ ଗୋଟିଏ ଘରେ ଭର୍ତି କରି ବାହାର ପଟୁ କବାଟ ବନ୍ଦ କରି ସେଠାରୁ ଚାଲିଯାଇଥିଲେ।ଗୋଟିଏ ଘରେ  ରାତି ୧.୩୦ ରୁ ୫.୩୦ ପର୍ଯ୍ୟନ୍ତ ଭୟଭୀତ ଅବସ୍ଥାରେ ରହି ସାହାଯ୍ୟ ପାଇଁ ଆକୁଳ ଚିତ୍କାର କରୁଥିବା ବେଳେ ପରିବାରର ଡ଼ାକ ଶୁଣି ସମ୍ପର୍କୀୟ ଭାଇ ମହେନ୍ଦ୍ର ମଲ୍ଲିକ ସେମାନଙ୍କୁ ଉଦ୍ଧାର କରିଥିଲେ।

Related posts

ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କଲା ବୋର୍ଡ

mahabharatanews

ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ପୋକ

mahabharatanews

କରୋନା ମୃତ୍ୟୁରେ ବ୍ରେକ ଲାଗୁନି: ପୁଣି ୧୪ ମୃତ

mahabharatanews