ଓଡିଶା

ସରିଲା ମା’ଙ୍କ ପୂଜା, ଆଜି ଭସାଣି

(ଭୁବନେଶ୍ୱର) : ଶାରଦୀୟ ଦୁର୍ଗାପୂଜାର ଶେଷ ଦିବସ ବିଜୟା ଦଶମୀ ମଙ୍ଗଳବାର ରାତିରେ ସଂପନ୍ନ ହୋଇଛି। ଭୁବନେଶ୍ବର, ଖୋର୍ଦ୍ଧା, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ର ସୋହେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହୋଇଛି। ତେବେ ମା’ଙ୍କ ଶାରଦୀୟ ପୂଜା ଶେଷ ହୋଇଥିବା ବେଳେ ଆଜି ଭସାଣି ହେବ । ଭସାଣିରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି ।

ସୂଚନାନୁଯାୟୀ , ଗତକାଲି ବିଭିନ୍ନ ସ୍ଥାନରେ ପୂଜା ଆୟୋଜକ ଓ ପ୍ରଶାସନର ସୁବିଧା ଅନୁସାରେ ମା’ଙ୍କର ଭସାଣ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଦଶହରା ଅବସରରେ ରାଜଧାନୀ ଭୁବନେଶ୍ବରରେ ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି।

Related posts

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩; ସ୍ୱତନ୍ତ୍ର ପ୍ରସ୍ତୁତିରେ ଓଡିଶା

mahabharatanews

ଗୁରୁ ଦିବସ ଊପଲକ୍ଷେ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପାଇଁ ଆର୍ଟିକିଲ ଲେଖିଲେ ଛାତ୍ର

mahabharatanews

ଚାରିଦ୍ୱାର ଖୋଲିବା ପ୍ରସଙ୍ଗ: କଂଗ୍ରେସ କରିବ ‘ତୁଳସୀ ଯାତ୍ରା’

mahabharatanews