ଓଡିଶା

କରୋନା ଯୋଦ୍ଧା କୁ ସମ୍ମାନିତ କଲେ ଆସିକା ଏସଡିପିଓ

(ରଜନୀକାନ୍ତ ପାତ୍ର/ଆସିକା): ମହାମାରୀ କରୋନା ପ୍ରକୋପ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ତେବେ କରୋନା ମୁକାବିଲା କରିବାରେ ଗଞ୍ଜାମ ପୋଲିସ୍ ମାନଙ୍କ ଅବଦାନ ବହୁତ । ଜନସାଧାରଣଙ୍କର ସୁରକ୍ଷା ପାଇଁ ଦିନରାତି ଅହରହ କାମ କରୁଥିବା ଗଞ୍ଜାମ ପୋଲିସ ଜିଲ୍ଲାର ପୁଲିସ ବିଭାଗଙ୍କୁ ସମ୍ମାନିତ କରାଯାଇଛି । କରୋନା ଦାୟିତ୍ୱ ନିର୍ବାହ କରୁଥିବା ବେଳେ କିଛି ପୁଲିସ କର୍ମଚାରୀ ସେମାନଙ୍କ ଜୀବନ କୁ ଉତ୍ସର୍ଗ କରି ସହିଦ ହୋଇଥିଲା ବେଳେ ଅନ୍ୟାନ୍ୟ ସଂକ୍ରମିତ ଯୋଦ୍ଧା ପୁଣି ସୁସ୍ଥ ହୋଇ କରୋନା ମୁକାବିଲା କ୍ଷେତ୍ରରେ ଯୋଗ ଦେଇଥିବା ଜଣାପଡିଛି। ଏହି କ୍ରମରେ ଗଞ୍ଜାମ ପୁଲିସ ଜିଲ୍ଲା ହିଞ୍ଜିଳି ଥାନାର ସଂକ୍ରମିତ ଯୋଦ୍ଧା ତଥା ଥାନା ଏସ ଆଇ ପ୍ରଦିପ୍ତ କୁମାର ଦାଶ ଆରୋଗ୍ୟ ଲାଭ କରି ପୁଣି କାର୍ୟ୍ୟରେ ଯୋଗ ଦେଇ ଥିବା ଜଣାପଡିଛି । ଏଭଳି ଏକ କଠିନ ପରିସ୍ଥିତିରେ ସୁସ୍ଥ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରି ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ୟ୍ୟମଣି ପ୍ରଧାନ ଓ ଥାନା ଭାରାପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଏସଆଇ ଦାଶଙ୍କୁ ପୁଷ୍ପ ଦେଇ ଶୁଭେଚ୍ଛା ଜଣାଇ ପ୍ରଶଂସିତ କରିଛନ୍ତି।

Related posts

ବାଲୁକା କଳାରେ ପୁଲୱାମା ଶହୀଦଙ୍କୁ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews

ରାଜ୍ୟ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତ୍ତି ଦୁଃଭାର୍ଗ୍ୟଜନକ: କଂଗ୍ରେସ

mahabharatanews

ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

mahabharatanews