ଓଡିଶା

୩୧ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

(ଭୁବନେଶ୍ୱର) : ଓଡ଼ିଶାକୁ ମିଳିବ ନୂଆ ରାଜ୍ୟପାଳ । ଆସନ୍ତା ୩୧ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିଲେ ରଘୁବର । ରଘୁବର ଦାସଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳଭାବେ ନିଯୁକ୍ତ କରିଛନ୍ତି  ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

ସୂଚନାନୁଯାୟୀ , ଏହା ପୂର୍ବରୁ ରଘୁବର ୫ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର ମଧ୍ୟ କାର୍ଯ୍ୟ କରିଛନ୍ତି । ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଦାୟିତ୍ୱ ତୁଲାଇଥିଲେ । ସେ ୨୦୧୯ ଯାଏଁ ଏହି ପଦରେ ରହିଥିଲେ ।

Related posts

ତିଖିରିରେ ସାମାଜିକ ଅଡିଟ୍ ନିଷ୍ପତ୍ତିକୁ ସ୍ୱାଗତ, ତେବେ ସମସ୍ତ ଜିପିରେ କାହିଁକି ନୁହେଁ?

mahabharatanews

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ସରକାର

mahabharatanews

ବର୍ଷା ଅଭାବରେ ଚିନ୍ତାରେ ଗଜପତିର ଚାଷୀ, ଶୁଖିବାକୁ ବସିଲାଣି ଧାନ ତଳି

mahabharatanews