(ଭୁବନେଶ୍ୱର) : ବାହାରେ ମଳତ୍ୟାଗ, ଘାସରେ ଶୋଇବା, ବସିବା, ଖାଲି ପାଦରେ ଯିବା ଆସିବା ଆଦି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ପଛର ବଡ଼ କାରଣ ବୋଲି ପଶ୍ଚିମ ଓଡ଼ିଶା ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଏଭଳି ସାଂଘାତିକ ତଥ୍ୟ ରଖିଛନ୍ତି।
ସୂଚନାନୁଯାୟୀ , ଅନେକ ଆକ୍ରାନ୍ତଙ୍କ ବିଳମ୍ବରେ ଟେଷ୍ଟିଂ ଓ ଚିକିତ୍ସା ମଧ୍ୟ ରୋଗର ସଙ୍ଗିନ୍ ସ୍ଥିତି ପାଇଁ ଦାୟୀ। ଏଣିକି ମୌସୁମୀ ଋତୁ ପୂର୍ବରୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଦରକାର ବୋଲି ରିପୋର୍ଟରେ କୁହାଯାଇଛି। ସ୍କ୍ରବ୍ ଟାଇଫସ୍ ପ୍ରସଙ୍ଗଟି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହେଲାଣି। କେବଳ କୋଇଡ଼ା ବ୍ଲକ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ବ୍ଲକ୍ ସ୍କ୍ରବ୍ ଟାଇଫସ୍ରେ ପ୍ରଭାବିତ ହୋଇଛି। ୧୫ବର୍ଷରୁ କମ୍ ୩୦%, ୩୧-୪୫ବର୍ଷର ୨୩% ଓ ୪୬-୭୦ବର୍ଷର ୧୭% ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତହିଁରୁ ୫୦% ଘାସରେ ବସିବା-ଶୋଇବା, ଖାଲି ପାଦରେ ଚାଲିବା କିମ୍ବା ଜଙ୍ଗଲ ଦେଇ ଯିବାଆସିବା ସମୟରେ ଆକ୍ରାନ୍ତ ହୋଇଛନ୍ତି। ୪୯% ଲୋକ ବାହାରେ ମଳ ତ୍ୟାଗ କରୁଥିବା କହିଛନ୍ତି। ଅଗଷ୍ଟ-ଅକ୍ଟୋବର ମଧ୍ୟରେ ଯେଉଁ ୪ଜଣଙ୍କ ସ୍କ୍ରବ୍ ଟାଇଫସ୍ରେ ମୃତ୍ୟୁ ହୋଇଥିବା କୁହାଯାଇଛି ।