ମନୋରଞ୍ଜନ

ଏକାଠି କାମ କରିବାକୁ ଯାଉଛନ୍ତି ଅମିତାଭ ଏବଂ ରଜନୀକାନ୍ତ

(ମୁମ୍ବାଇ) :  ସୁରଷ୍ଟାର ରଜନୀକାନ୍ତଙ୍କ ବିଷୟରେ ଆଉ ଏକ ବଡ଼ ଖବର ପ୍ରକାଶ ପାଇଛି । ରଜନୀକାନ୍ତ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନଙ୍କ ସହ ଏକାଠି କାମ କରିବାକୁ ଯାଉଛନ୍ତି। ୩୩ ବର୍ଷ ପରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିପାରେ । ରଜନୀକାନ୍ତ ଖୁବ୍ ଶୀଘ୍ର ତାଙ୍କର ୧୭୦ତମ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି । ତେବେ ଅଭିନେତା ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ପୁଣି ପୋଲିସ ଅଫିସର ଭୂମିକାରେ ନଜର ଆସିବେ ।

ସୂଚନାନୁଯାୟୀ , ତାଙ୍କର ଏହି ଚଳଚ୍ଚିତ୍ରଟି ପ୍ରସିଦ୍ଧ ତାମିଲ ଚଳଚ୍ଚିତ୍ର ଅଭିନେତା ସୂର୍ଯ୍ୟଙ୍କ ‘ଜୟ ଭୀମ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଟିଜେ ଜିଆନଭେଲ ନିର୍ଦ୍ଦେଶନା ଦେବା ନେଇ ଖବର ରହିଛି । ସୁପରଷ୍ଟାର ରଜନୀକାନ୍ତ ଅମିତାଭ ବଚ୍ଚନଙ୍କ ସହ କାମ କରି ଖୁସି ବ୍ୟକ୍ତ କରିଛନ୍ତି। ସେ ବିଗ୍ ବି ସହିତ ଏକ ଫଟୋ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି ।  ଅମିତାଭ ବଚ୍ଚନ ଏହି ଚଳଚ୍ଚିତ୍ରରେ ଜଣେ ଭିଲେନ ଭୂମିକାରେ ନଜର ଆସିବେ ।

Related posts

ଗଙ୍ଗୁବାଇ ଗେଟଅପ୍ ରେ ରାମ୍ପୱାକ କଲେ ବିଦେଶି ମଡେଲ

mahabharatanews

 ‘Criminal Justice 4’ର ଟିଜର ରିଲିଜ

mahabharatanews

ସଲମାନ ଓ ତାଙ୍କ ପ୍ରେମକୁ ନେଇ ମୁହଁ ଖୋଲିଲେ ଏଶ୍ୱର୍ଯ୍ୟା

mahabharatanews