ଓଡିଶା

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ସ୍ୱରୂପ ନାୟକଙ୍କ ଅନ୍ତିମ ସତ୍କାର

(ଭୁବନେଶ୍ୱର)  : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଦିବଙ୍ଗତ ସଂଗୀତଜ୍ଞ ସ୍ୱରୂପ ନାୟକଙ୍କ ଅନ୍ତିମ ସତ୍କାର। ଏନେଇ ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱରୂପ ନାୟକଙ୍କ ମରଶରୀର କଟକ ସ୍ଥିତ ବାସଭବନରେ ରଖାଯାଇଛି। ସେଠାରେ ବହୁ ବିଶିଷ୍ଟ କଳାକାରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଗତକାଲି ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକକ୍ୟାନସରରେ ପୀଡ଼ିତ ଥିବା ବେଳେ  କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ଅକାଳ ମୃତ୍ୟୁ ହୋଇଯାଇଛି ।

ସୂଚନାନୁଯାୟୀ ,  ଓଲିଉଡ଼ ଏକ ଦକ୍ଷ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ହରାଇଛି । ତେବେ ସେ ଏକାଧିକ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସୂଚନାନୁଯାୟୀ , ଓଡ଼ିଆ ଆଧୁନିକ ସଙ୍ଗୀତର ସ୍ରଷ୍ଟା ଥିଲେ ସ୍ୱରୂପ ନାୟକ । ୧୯୮୪ରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଥିଳା ତାଙ୍କର ଡେବ୍ୟୁ । ‘ସହର ଜଳୁଛି’, ‘ଲାଲ୍ ପାନ ବିବି’, ‘ପୁଅ ମୋର ଭୋଳା ଶଙ୍କର’, ‘ଆଇ ଲଭ୍ ୟୁ’, ‘ଶାଶୁ ଘର ଚାଲିଯିବି’, ‘ଉଦଣ୍ଡୀ ସୀତା’ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ସ୍ୱରୂପ । ୧୯୬୨ ଜୟଦେବ ଫିଲ୍ମରେ ଶିଶୁ କଳାକାର ଭାବେ ମଧ୍ୟ ସେ କାମ କରିଥିଲେ ।

Related posts

ଅବ୍ୟବସ୍ଥା ଘେରରେ ସଂଗରୋଧ କେନ୍ଦ୍ର: ମୁହଁ ଫେରାଉଛନ୍ତି ସନ୍ଦିଗ୍ଧ

mahabharatanews

 ଆଜି ବି ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

mahabharatanews

ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭାଙ୍ଗିଲେ ଦୁର୍ବୁତ୍ତ

mahabharatanews