ଓଡିଶା

ଏଣିକି ଭୁବନେଶ୍ୱରରୁ ସିଧାସଳଖ ଗୌହାଟି ବିମାନ ସେବା

(ଭୁବନେଶ୍ୱର) : ଏଣିକି ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ପହଞ୍ଚିବେ ଗୌହାଟି । ଓଡ଼ିଶାରୁ ଗୌହାଟୀ ସିଧାସଳଖ ଉଡ଼ିବ ବିମାନ । ଆଜିଠାରୁ ଏହି ସେବା ଆରମ୍ଭ। ପ୍ରତିଦିନ ଅପରାହ୍ନ ୧.୨୮ରେ ଭୁବନେଶ୍ୱର ଛାଡ଼ି ୨.୫୫ରେ ଗୌହାଟି ପହଞ୍ଚିବ । ଏହା ପରେ ଅପରାହ୍ନ ୩.୫୦ରେ ଗୌହାଟି ରୁ ବିମାନ ଉଡ଼ାଣ ଭରି ସନ୍ଧ୍ୟା ୫.୨୦ରେ  ଭୁବନେଶ୍ୱର ପହଞ୍ଚିବ । ଏହାସହ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡ଼ି ହେବ ଓଡ଼ିଶା ।

ସୂଚନାନୁଯାୟୀ , ସପ୍ତାହର ସବୁଦିନ ସେବା ଯୋଗାଇବ ଇଣ୍ଡିଗୋ । ଏହା ପରେ ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଆବଶ୍ୟକତାକୁ ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ।

Related posts

ମୁନିଗୁଡା ପୋଲିସ ଦ୍ୱାରା ୨୮ କେଜି ଗଞ୍ଜେଇ ଯବତ, ୫ ଜଣ ଗିରଫ

mahabharatanews

କ୍ୟାମେରା ବିନା ଗ୍ରହଣ କରାଯିବନି ଉତ୍ତର ଖାତା

mahabharatanews

ପୁଣି ବିରୋଧୀଙ୍କ ନାରାବାଜି: ଦିନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

mahabharatanews