ଓଡିଶା

୧୫ ସୁଦ୍ଧା ଶ୍ରୀମନ୍ଦିର କାମ ସାରିବାକୁ ନିର୍ଦେଶ ଦେଲେ ଭି କେ ପାଣ୍ଡିଆନ୍ 

(ପୁରୀ); ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଡିସେମ୍ବର ୧୫ ତାରିଖ ସୁଦ୍ଧା ସାରିବାକୁ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ତଥା ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ନୂଆବର୍ଷରୁ ନୂଆ ଅନୁଭୂତି ସାଉଁଟିବେ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି।

ସୂଚନାନୁଯାୟୀ , ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠଗୁଡ଼କର ପୁନରୁଦ୍ଧାର କାମ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେବା ସହ ପ୍ରକଳ୍ପ ଅଞ୍ଚଳରେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ କହିଛନ୍ତି। ଆଜି ଭୋର ୪ଟାରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିବା ସହ ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଭୋର ୪ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ, ଓବିସିସି ଓ ଠିକା ସଂସ୍ଥାର ଅଧିକାରୀଙ୍କ ଉପସ୍ଥିତିରେ ପ୍ରକଳ୍ପର ସମୀକ୍ଷା କରିଥିଲେ। ୫-ଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ଥିଲା ଶ୍ରୀ ପାଣ୍ଡିଆନଙ୍କ ପ୍ରଥମ ସମୀକ୍ଷା।

Related posts

ଭଙ୍ଗା ଦଦରା କୁଡ଼ିଆ ମୋତିଙ୍କ ଏକମାତ୍ର ସାହାରା

mahabharatanews

ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

mahabharatanews

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏଣ୍ଟ୍ରି ମାରିବେ ନୂଆ ଚେହେରା!

mahabharatanews