ମନୋରଞ୍ଜନ

ଉର୍ଫିଙ୍କୁ ଥାନାକୁ ନେଇଗଲେ ପୋଲିସ

(ମୁମ୍ବାଇ) : ସବୁବେଳେ ଚର୍ଚାରେ ଉର୍ଫି ଜାଭେଦ୍ । ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣ ପାଇଁ ହାଇଲାଇଟରେ ରହିଥାନ୍ତି । ‘ବିଗ୍ ବସ୍’ ଫେମ୍‌ ଉର୍ଫି ଅଧିକାଂଶ ସମୟରେ ନିଜ ପୋଷାକ ପାଇଁ ହିଁ ଆଲୋଚନାର ପରିସର ଭିତରକୁ ଆସିଥାନ୍ତି। ଏହା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ। ତେବେ ଏହାରି ମଧ୍ୟରେ ଉର୍ଫିଙ୍କୁ  ଏହି କାରଣରୁ ପୁଲିସ୍‌ ବାନ୍ଧି ନେଇଛି। ଉର୍ଫିଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓ‌ରେ ସେ ରେଷ୍ଟୁରାଷ୍ଟରେ ଥିବାର ଦେଖବାକୁ ମିଳିଛି।

ସୂଚନାନୁଯାୟୀ , ମାତ୍ର ପ୍ରତିଥର ସେ କିିଛି କିଛି ନୂଆ ଶୈଳୀର ପୋଷାକ ପରିଧାନ କରି ଆଲୋଚନାର ପରିସର ଭିତରକୁ ଆସିଥାନ୍ତି। ଏଥର କିନ୍ତୁ ‌ଅଶାଳୀନ ପୋଷାକ ପିନ୍ଧିବା ତାଙ୍କୁ ମହଙ୍ଗା ପଡ଼ିଛି।  ସେଠାରେ ମହିଳା ପୁଲିସ୍‌ କର୍ମୀ ଆସି ତାଙ୍କ ହାତ ଧରି ନେଇ ଯାଉଛନ୍ତି। ଉର୍ଫି ଚିଲେଇ ଚିଲେଇ ଥାନା କାହିଁକି ଯିବି ବୋଲି ପଚାରୁଥିବା ବେଳେ ସେ ଥନାକୁ ଗଲେ ହିଁ ସବୁ ଜାଣିପାରି‌ବେ ବୋଲି ପୁଲିସ୍‌ କହୁଥିବାର ଶୁଣିବାକୁ ମିଳୁଛି।

Related posts

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର-୩ର ଟିଜର

mahabharatanews

ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାନଙ୍କୁ ଇଡି ସମନ  

mahabharatanews

ଭାଇରଲ ହେଉଛି ବିରୁଷ୍କାଙ୍କ ପ୍ରେମଭରା ଭିଡିଓ 

mahabharatanews