(ଭୁବନେଶ୍ୱର) : ବଢିଲା ଟୁଟୁଙ୍କ ଅଡ଼ୁଆ । ସାମ୍ବାଦିକାଙ୍କୁ ମାଡ଼ ମାରିବା ମାମଲା ରଫାଦଫା ହେବା ବଦଳରେ ବଢିଛି ସମସ୍ୟା । ଏହି ଘଟଣାରେ ଟୁଟୁ ନାୟକଙ୍କ ବିରୋଝରେ ନିଜ ଆଡ଼ୁ ମାମଲା ରୁଜୁ କରିଛି ମହିଳା କମିଶନ । ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି ମହିଳା କମିଶନ । ୧୫ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।
ସୂଚନାନୁଯାୟୀ , ନାବାଳକ ପରେ ମହିଳାଙ୍କୁ ମାରି ଖାଇଲା ଅନ୍ୟପଟେ ଡିସିପିଙ୍କୁ ଭେଟି ଅଭିଯୁକ୍ତ ଟୁଟୁ ନାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ରାଜ୍ୟ ମହିଳା ସାମ୍ବାଦିକା ସଂଘ । ମହିଳା ସାମ୍ବାଦିକାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ସଂଘ । ଏଥିସହ ମହିଳା ସାମ୍ବାଦିକାଙ୍କୁ ପାଇଁ ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ପାଇଁ ଦିଗରେ ପୋଲିସ ସହାୟତା ଯୋଗାଇ ଦେବାକୁ ଡିସିପିଙ୍କୁ ନିବେଦନ କରିଛନ୍ତି ।
