ଭାରତ

ଭାରତୀୟ ନୌସେନା ହେଲିକପ୍ଟଟର ଦୁର୍ଘଟଣାଗ୍ରସ୍ତ,ଜଣେ ମୃତ 

(ଦିଲ୍ଲୀ) : ଭାରତୀୟ ନୌସେନା ହେଲିକପ୍ଟଟର ଦୁର୍ଘଟଣାଗ୍ରସ୍ତ । ଗୋଟିଏ ଚେତକ ହେଲିକପ୍ଟଟର ଆଜି ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହେବାରୁ ନୌସେନାର ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଶନିବାର ଅପରାହ୍ନରେ ଭାରତୀୟ ନୌସେନା (ଆଏନ୍‌ଏସ୍‌)ର ଗୋଟିଏ ଚେତକ ହେଲିକପ୍ଟଟର ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଜନୈକ ନୌସେନା ଅଧିକାରୀ ରନ୍‌େଓ୍ଵରେ ହେଲିକପ୍ଟଟର ରୋଟର ବ୍ଲେଡ ସଂସ୍ପର୍ଶ ଆସି ଯାଇଥିଲେ। ଫଳରେ ରୋଟର ବ୍ଲେଡ ଧକ୍କାରେ ରନୱେ ଉପରେ ହିଁ ସଂପୃକ୍ତ ନୌସେନା ଅଧିକାରୀ ମୃତ୍ୟୁ ଘଟଥିଲା।

ସୂଚନାନୁଯାୟୀ ,ଦକ୍ଷିଣ ନୌସେନାର ଆଇଏନଏସ ଗରୁଡ ରନୱେରେ ଏହି ଦୁର୍ଘଟଣା ଘଟିଛି। ଏଠାରେ କମାଣ୍ଡ ମୁଖ୍ୟାଳୟର ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ହେଲିକପ୍ଟଟର ପାଇଲଟ ସମେତ ଅନ୍ୟଜଣେ ମଧ୍ୟ ଆହତ ହୋଇଛନ୍ତି। ଆହତ ଦୁଇଜଣ ଏବେ ନୌସେନା ମୁଖ୍ୟାଳୟରେ ଥିବା ସଞ୍ଜୀବନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୪୨୨ କରୋନା ସଂକ୍ରମିତ ଚିହ୍ନଟ

mahabharatanews

AIFF ଇଣ୍ଡିଆନ୍ ସୁପର ଲିଗ୍ ପାଇଁ ଏକ ବାଣିଜ୍ୟିକ ଅଂଶୀଦାର ଖୋଜିବାରେ ବିଫଳ ହୋଇଛି

mahabharatanews

” ଅନେକ ଇଭିଏମ୍ ଗାଏବ୍ ହୋଇଛି” : ମମତା ବାନାର୍ଜୀ

mahabharatanews