ଓଡିଶା

୮ରେ ରତ୍ନଭଣ୍ଡାର ମରାମତି ମାମଲାର ପରବର୍ତ୍ତୀ ଶୁଣାଣି 

(ପୁରୀ) : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ମାମଲା । ASIକୁ ବିସ୍ତୃତ ରିପୋର୍ଟ ମାଗିଲେ ହାଇକୋର୍ଟ । ୨୦୧୭ରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି । କାର୍ତ୍ତିକ ମାସ ଶେଷ ପରଦିନ ଅର୍ଥାତ୍‌ ନଭେମ୍ବର ୨୮ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଲେଜର୍‌ ସ୍କାନିଂ ହେବ। ପ୍ରଥମେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ। ଆଉ ଆବଶ୍ୟକ ପଡ଼ିଲେ, ରତ୍ନଭଣ୍ଡାର ଭିତର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ ।

ସୂଚନାନୁଯାୟୀ , ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଜଗମୋହନ ଓ ରତ୍ନଭଣ୍ଡାର ମରାମତି ନେଇ କଣ ସବୁ ପଦକ୍ଷେପ ନିଆଯାଇଛି ଜଣାଇବାକୁ ନିର୍ଦ୍ଦେଶ। ଦିଲ୍ଲୀପ ମହାପାତ୍ରଙ୍କ ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହି କାମ ପାଇଁ ଅନୁମତି ପ୍ରଦାନ କରିଛି। ଏଥିପାଇଁ ଏକ ବୈଷୟିକ କମିଟି ବି ଗଠନ କରାଯାଇଛି । ତେବେ କେତେଦିନ ଏହି ଲେଜର୍‌ ସ୍କାନିଂ ପ୍ରକ୍ରିୟା ଚାଲିବ, ସେ ଉପରେ କେହି ସ୍ପଷ୍ଟ ମତ ରଖିନାହାନ୍ତି ।

Related posts

ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ

mahabharatanews

ମାଲକାନଗିରି: ଆହାର କେନ୍ଦ୍ରକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

mahabharatanews

ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ଫଳ

mahabharatanews