ଭାରତ

ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ-ଏନସିଆର ଏବଂ ୟୁପି

(ଦିଲ୍ଲୀ) : ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ-ଏନସିଆର ଏବଂ ୟୁପି । ତେବେ ଭୂକମ୍ପ ଚଳିତ ଥର ଅଧିକ ଅନୁଭୂତ ହୋଇଛି। ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଘଟିଛି। ଶୁକ୍ରବାର ରାତି ପ୍ରାୟ ୧୧:୩୦  ସମୟରେ ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା । ଏହାର କେନ୍ଦ୍ର ନେପାଳ ଥିଲା ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ଏହାର କମ୍ପନ ଅନୁଭୂତ ହୋଇଥିଲା।

ସୂଚନାନୁଯାୟୀ ,  ନେପାଳରେ ପୁମି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୩.୬ ରେକର୍ଡ କରାଯାଇଛି । କାଣ୍ତମାଣ୍ତୁର ଉତ୍ତରପଶ୍ଚିମ ଦିଗରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଗତକାଲି ପରେ ଆଜି ପୁଣି ଭୂକମ୍ପ ଯୋଗୁଁ ଭୟଭିତ ଲୋକ । କାଲି ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆକ ସମେତ ଉତ୍ତର ଭାରତରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହା ତିବ୍ରତା ୬.୪ ରେକର୍ଡ କରାଯାଇଥିଲା ଯାହାର ଗଭୀରତା ୧୦ କିମି ଥିବା ନେଇ ଏନସିଏଲ୍ ପକ୍ଷରୁ ସୂଚନା ଯାରିକରାଯାଇଥିଲା ।

Related posts

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

mahabharatanews

ଆତଙ୍କବାଦୀଙ୍କ ଗୁଳିରେ ୩ ଅଣକାଶ୍ମୀର ଶ୍ରମିକ ଆହତ

mahabharatanews

ଜ୍ଞାନବାପି ମସଜିଦରେ ମିଳିଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ପରୀକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରୋକ

mahabharatanews