ଓଡିଶା

ସମ୍ବଲପୁର ମେମୁ ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

(ସମ୍ବଲପୁର):  ସମ୍ବଲପୁର ମେମୁ ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ । ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଏହା ସରଲା ଷ୍ଟେସନ ନିକଟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଗୋରୁ ସାମ୍ନାକୁ ଚାଲି ଆସିବାରୁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା । ଫଳରେ ସମ୍ବଲପୁର-ଝାରସୁଗୁଡ଼ା ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସୂଚନାନୁଯାୟୀ ,   ଗତକାଲି ସନ୍ଧ୍ୟାରେ ଟ୍ରେନ୍‌ର ୪ନମ୍ବର ବଗିର ଲାଇନ୍‌ଚ୍ୟୁତ ହୋଇଥିଲା । ଟ୍ରେନ୍‌ ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ରେଳ ମହାପ୍ରବନ୍ଧକଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ଫଳରେ ସମ୍ବଲପୁର-ଝାରସୁଗୁଡ଼ା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Related posts

୭୦ କୋଟି ବ୍ୟୟ ରେ ନିର୍ମାଣ ହେବ ସରକାରୀ ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ

mahabharatanews

ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

mahabharatanews

ବାଇକ ଧକ୍କାରେ ବୃଦ୍ଧ ମୃତ

mahabharatanews