ଓଡିଶା

ଛଟ୍ ପୂଜା ପାଇଁ ସ୍ୱତନ୍ତ୍ର ଟ୍ରେନ୍

 (ବିହାର) : ବିହାରର ଲୋକପ୍ରିୟ ପର୍ବ ଛଟ୍ ପୂଜା ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ଏହି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ପାଟନା ମଧ୍ୟରେ ଚଳାଚଳ କରିବ । ଟ୍ରେନ୍ ନମ୍ବର ୦୮୪୪୯ ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବେ କରିବ ଚଳାଚଳ । ସୋମବାର ଏବଂ ବୁଧବାର  ଦିନ ପୁରୀ ରୁ ରାତି ୧୧.୩୦ ମିନିଟ ରେ ଛାଡି ପାଟନା ଅଭିମୁଖେ ଯାତ୍ରା କରିବ ।

ସୂଚନାନୁଯାୟୀ , ଏହି ଟ୍ରେନ ପାଟନା ଠାରୁ 08450 ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ । ଏହା ମଙ୍ଗଳବାର ଏବଂ ଗୁରୁବାର(୧୪ଏବଂ ୧୬ ନଭେମ୍ବର ୨୦୨୩) ସନ୍ଧ୍ୟା ୬ଟାରେ ପାଟନା ଠାରୁ ପୁରୀ ଅଭିମୁଖେ ଯାତ୍ରା କରିବ । ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ।

Related posts

କରୋନା ପାଇଁ ଭ୍ରମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ

mahabharatanews

ଜମୁଛି ଉଦଳା ସରସ୍ୱତୀ ମେଳା

mahabharatanews

ରାଜ୍ୟରେ ୧୭ ଯାଏ ବର୍ଷା ସମ୍ଭାବନା 

mahabharatanews