ଓଡିଶା

ପ୍ରବଳ ବର୍ଷା ସମ୍ଭାବନା ; ୧୯ ପର୍ଯ୍ୟନ୍ତ ମସ୍ୟଜୀବିଙ୍କୁ ସମୁଦ୍ର ମନା

(ଭୁବନେଶ୍ୱର) : ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।  ୧୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ବେହାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ , ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ସ୍ପଷ୍ଟ ଚିତ୍ର ଓ ଏହାର ଗତିପଥ ଜଣାପଡ଼ିବ ବୋଲି ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଏହାର ପ୍ରଭାବରେ ୧୫ ତାରିଖ ଠାରୁ ୧୮ ତାରଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ୧୬ ଠାରୁ ରାଜ୍ୟରେ ବର୍ଷାର ବିସ୍ତ୍ୟତି ବଢ଼ିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Related posts

ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ଶବ; ହତ୍ୟା ସନ୍ଦେହ

mahabharatanews

କୋଣାର୍କ ‘ଝୁଲଣ’ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ମିଶନ ୨୦୨୪ ଲାଗି ବିଜେପିର ପ୍ରସ୍ତୁତି

mahabharatanews