ଓଡିଶା

ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଉଡିଲା ସିଧାସଳଖ ବିମାନ

(ଭୁବନେଶ୍ୱର) : ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଉଡିଲା ବିମାନ । ଆଜିଠାରୁ ଆରମ୍ଭ ହୋଇଛି ସିଧାସଳଖ ବିମାନ ଚଳାଚଳ । ଇଣ୍ଡିଗୋ ବିମାନ ଝାରସୁଗୁହା ବିମାନବନ୍ଦରରୁ ବେଙ୍ଗାଲୁର ଅଭିମୁଖେ ସିଧାସଳଖ ଯାତ୍ରା କରିଛି । ଝାରସୁଗୁଡାରୁ ବେଙ୍ଗାଲୁରୁକୁ ମାତ୍ର ୨ଘଣ୍ଟା ୫ ମିନିଟରେ ଅତିକ୍ରମ କରିବ ବିମାନ ।

ସୂଚନାନୁଯାୟୀ , ଇଣ୍ଡିଗୋ ବିମାନ ବୁଧବାର ଭୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି ୧୨.୫୦ରେ ଉଡାଣ ଆରମ୍ଭ କରି ଅପରାହ୍ନ ୨.୫୫ରେ ବେଙ୍ଗାଲୁରରେ ପହଞ୍ଚିଛି । ସେହିପରି ବେଙ୍ଗାଲୁରରୁ ସିଧାସଳଖ ବିମାନ ୧୦.୧୫ରୁ ବାହାରି ଝାରସୁଗୁଡାରେ ୧୨.୨୦ରେ ପହଞ୍ଚିବ । ଗତ ୫ତାରିଖରେ ଝାରସୁଗୁଡା ବିମାନବନ୍ଦରରୁ ସିଧାସଳଖ କୋଲକାତା ବିମାନ ଉଡାଣ ଆରମ୍ଭ କରିଥିଲା ।  ଏହି ବିମାନ ଚଳାଚଳ ଇଣ୍ଡରଷ୍ଟେଟ ସହ ଯୋଗାଯୋଗ କରିବ । ଝାରସୁଗୁଡା ଏକ ଶିଳ୍ପ ଏବଂ ବ୍ୟାବସାୟିକ ସହର ହୋଇଥିବାରୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହା କରାଯାଇଛି ।

Related posts

‘ଅପରେସନ ସାଇବର କବଚ’: ୩୬୨୫ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ଜଣ ଅଭିଯୁକ୍ତ ଗିରଫ

mahabharatanews

ବାଲୁକା କଳା ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

mahabharatanews

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ନାମ ବଦଳିଲା

mahabharatanews