ଭାରତ

ସୃଷ୍ଟି ହେଲା ବାତ୍ୟା ‘ମିଧିଲି’

(ଦିଲ୍ଲୀ) : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବନି । କାଲି ଭୋର ସୁଦ୍ଧା ବାଂଲାଦେଶ ଉପକୂଳ ଛୁଇଁବ ବାତ୍ୟା ‘ମିଧିଲି’ ।  ଆସନ୍ତାକାଲି ଭୋର ସମୟରେ ମୋଙ୍ଗଲା ଓ ଖେପାପୁରା ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିବ ବାତ୍ୟା । ଉତ୍ତର-ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଛି ।

ସୂଚନାନୁଯାୟୀ , ବାତ୍ୟାରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମୁଦ୍ର ଭିତରେ ପବନର ବେଗ ବଢୁଥିବାରୁ ୧୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇ ଥିବାରୁ ଓଡ଼ିଶାରେ ବିଶେଷ ପ୍ରଭାବ ନାହିଁ । କେବଳ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପୁରୀରୁ ଆରମ୍ଭ କରି ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।

Related posts

ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ କେଜ୍ରିୱାଲ

mahabharatanews

ମଣିପୁର ଲଜ୍ଜ୍ୟା : ଭିଡିଓ କରୁଥିବା ବ୍ୟକ୍ତି ଗିରଫ 

mahabharatanews

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ,୭ମୃତ 

mahabharatanews