ଭାରତ

ମନ୍ଦିର ହଟେଇବାରୁ ଭୁଶୁଡ଼ିଲା ଟନେଲ

(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡର ସିଲ୍କିୟାରା-ପୋଲଗାଓଁ ନିକଟରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ିବା ଯୋଗୁ ତା’ ଭିତରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି। ୫ ଦିନ ହେଲା ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ସଫଳତା ମିଳିପାରି ନାହିଁ। ଦେବତା ବୌଖନାଗଙ୍କ ମନ୍ଦିରକୁ ଉଚ୍ଛେଦ କରାଯାଇଥିଲା। ଗାଁ ଲୋକେ ଏବେ କହୁଛନ୍ତି, ‘ଦେବତାଙ୍କ କ୍ରୋଧ ହିଁ ସୁଡ଼ଙ୍ଗ ଭୁଶୁଡ଼ିବାର କାରଣ’। ଦେବତାଙ୍କୁ ଶାନ୍ତ କରା ନଗଲେ ଉଦ୍ଧାର କାର୍ଯ୍ୟରେ କୌଣସି ସୁଫଳ ମିଳିବ ନାହିଁ ବୋଲି ଗ୍ରାମବାସୀମାନେ ବିଶ୍ୱାସ କରୁଛନ୍ତି ।

ସୂଚନାନୁଯାୟୀ , ସିଲ୍କିୟାରାବାସିନ୍ଦା ଧନବୀର ଚାନ୍ଦ ରାମୋଲା (୪୦) କହିଛନ୍ତି, ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ସୁଡ଼ଙ୍ଗ ପ୍ରବେଶ ପଥ ନିକଟରେ ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଥିଲା। ସ୍ଥାନୀୟ ବିଶ୍ୱାସକୁ ସମ୍ମାନ ଦେଇ ପୂର୍ବତନ ଅଧିକାରୀ ଓ କର୍ମଚାରୀମାନେ ଦିନର କାମ ଆରମ୍ଭ କରିବା ପୂର୍ବରୁ ସେଠାରେ ପୂଜାର୍ଚ୍ଚନା କରୁଥିଲେ। କିଛି ଦିନ ତଳେ ନୂଆ ପ୍ରଶାସନ ମନ୍ଦିରକୁ ହଟାଇ ଦେଇଥିବାରୁ ଏହି ଅଘଟଣ ଘଟିଛି ବୋଲି କିଛି ଜଣ କହଛନ୍ତି ।

Related posts

ଆଜି ମୋଦିଙ୍କୁ ଭେଟିବେ ନବୀନ

mahabharatanews

ଗର୍ଭବତୀ ଘଟଣାରେ ଜାତୀୟ ମାନବାଧିକାରର ତଦନ୍ତ

mahabharatanews

୩୦,୨୫୪ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାୱତ

mahabharatanews