ଓଡିଶା

ବାତ୍ୟା ‘ମିଧିଲି’; ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା 

(ଭୁବନେଶ୍ୱର) : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମିଧିଲି’ ଗତକାଲି ସଂଧ୍ୟା ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ରହିଛି।ଉତ୍ତର-ପୂର୍ବ ବଙ୍ଗୋପସାଗରରେ ପାରାଦୀପଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୨୫୦ କିମି, ଦୀଘାର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୧୮୦ କିମି ଓ ବାଂଲାଦେଶର ଖେପୁପରାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୮୦ କିମି ଦୂରରେ ରହିଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ‘ମିଧିଲି’ର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ , ଆସନ୍ତା ୨ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ରାଜ୍ୟରେ ୨୦ ରୁ ୨୨ ତାରିଖ ଯାଏଁ ଉପକୂଳ ଅଞ୍ଚଳଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୦ ତାରିଖ ଦିନ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା ଆଦି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ୨୧ ତାରିଖ ଦିନ ପୁରୀ, ଗଞ୍ଜାମ, ଗଜପତି, ଖୋର୍ଧା, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କନ୍ଧମାଳ ଆଦି ଜିଲ୍ଲାର କେତେକାଂଶରେ ହାଲୁକା ବର୍ଷାର ସମ୍ଭାବନା ରହୁଛି।

Related posts

ଶିକାରୀଙ୍କ ପାଇଁ ହୁତୁ ହୁତୁ ହୋଇ ଜଳୁଛି କୁଲଢ଼ିଆ ଜଙ୍ଗଲ

mahabharatanews

ନିଆରା ଢଙ୍ଗରେ ନିଜର ଜନ୍ମଦିବସ ପାଳିଲେ ସମାଜସେବୀ ସଦାଶିବ

mahabharatanews

ଡିସେମ୍ବର ସୁଦ୍ଧା ଘରଡିହ ନଥିବା ପରିବାରକୁ ମିଳିବ ପଟ୍ଟା

mahabharatanews