ବିଶ୍ୱ

ବରଫ ରନ୍‌ୱେ ଉପରେ ୭୮୭ ବିମାନର ସ୍ମରଣୀୟ ଅବତରଣ

(ଆଣ୍ଟାର୍କଟିକା) : ବୁଧବାର ଅପରାହ୍ଣ ୨ଟାରେ ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଏକ ବୋଇଙ୍ଗ୍‌ ୭୮୭ ବିମାନ ସ୍ମରଣୀୟ ଅବତରଣ କରିଛି। ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍‌ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା ପାଇଛି ‘ନର୍ସ ଆଟ୍‌ଲାଣ୍ଟିକ୍‌ ଏୟାର୍‌ୱେଜ୍‌’। ଏହି ବୋଇଙ୍ଗ୍‌ ୭୮୭ ‘ଡ୍ରିମ୍‌ଲାଇନର୍‌’ରେ ‘ନର୍‌ୱେଜିଆନ୍‌ ପ୍ଲାର୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ବୈଜ୍ଞାନିକଙ୍କ ସମେତ ୪୫ଜଣ ଯାତ୍ରୀ ରହିଥିଲେ ।

ସୂଚନାନୁଯାୟୀ, ତୁଷାର ଓ ବରଫରେ ଖୋଦିତ ହୋଇଥିବା ୯୮୪୦ ଫୁଟ୍‌ ଲମ୍ବ ଓ ୧୦୦ ଫୁଟ୍‌ ପ୍ରସ୍ତବିଶିଷ୍ଟ ‘ନୀଳ ବରଫ ରନ୍‌ୱେ’ ଉପରେ ବୋଇଙ୍ଗ୍‌ ୭୮୭ ଅବତରଣ କରିଛି। ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଚାଲିଥିବାରୁ ଉଜ୍ଜ୍ବଳ ଖରା ପଡ଼ିଥିବା ‘ଟ୍ରୋଲ୍‌ ଏୟାର୍‌ଫିଲ୍‌ଡ୍‌’ରେ ବୁଧବାର ଠିକ୍‌ ଦିନ ୨ଟା ପରେ ‘ନର୍ସ ଆଣ୍ଟ୍‌ଲାଣ୍ଟିକ୍‌ ଫ୍ଲାଇଟ୍‌’ର ‘ବୋଇଙ୍ଗ୍‌ ଡ୍ରିମ୍‌ଲାଇନର୍‌’ ଅବତରଣ କଲା। ଏହା ହେଉଛି ୩୩୦ଜଣ ଯାତ୍ରୀ ପରିବହନ କ୍ଷମତା ଥିବା ଏକ ‘ଡ୍ରିମ୍‌ଲାଇନର୍‌’ର ୬ଷ୍ଠ ମହାଦେଶରେ ପ୍ରଥମ ସଫଳ ଅବତରଣ।

Related posts

ବେଜିଙ୍ଗ୍‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା

mahabharatanews

ବହୁଦେଶୀୟ ସମରାଭ୍ୟାସରେ ଭାଗ ନେବେ ଭାରତୀୟ ମହିଳା

mahabharatanews

ରୁଷର ଇନ୍ଧନ କିଣିବା ଠାରୁ ଦୂରେଇ ରହିପାରେ ରିଲାଏନ୍ସ !

mahabharatanews