ଓଡିଶା

ପ୍ରଗତି ମୈଦାନରେ ଓଡିଶା ରାଜ୍ୟ ଦିବସ ପାଳିତ

(ଦିଲ୍ଲୀ)  :  ନୂଆଦିଲ୍ଲୀ ପ୍ରଗତି ମଇଦାନ ରେ ଚାଲିଛି ୪୨ ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ୨୦୨୩ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିଭିନ୍ନ ରାଜ୍ୟ ମାନଙ୍କ ପକ୍ଷରୁ ପ୍ରଦର୍ଶନୀ ଲଗାଯାଇଛି । ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ଦିବସ ପାଳନ କରାଯାଇଛି । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଶୀ ନୃତ୍ୟ, କୋରାପୁଟ ଧାରୁଆ ଜନଜାତିର ବିର୍ଲି ନୃତ୍ୟ, ଡାଲଖାଇ ନୃତ୍ୟ ଗୀତରେ ଝୁମିଥିଲେ ପ୍ରବାସୀ ଓଡ଼ିଆ।

ସୂଚନାନୁଯାୟୀ , ଚଳିତବର୍ଷ ଭାରତ ଆନ୍ତର୍ଜାତିକ ମେଳା ୨୦୨୩ର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍ – ୟୁନାଇଟେଡ ବାଏ ଟ୍ରେଡ । ପ୍ରଗତି ମୈଦାନର ଆମ୍ଫିଥିଏଟରରେ ହଜାର ହଜାର ଦର୍ଶକ ଅତ୍ୟନ୍ତ ଉତ୍ସାହର ସହ ଦେଖିଥିଲେ ଡାଲଖାଇ, ସମ୍ବଲପୁରୀ ଓ ଆଦିବାସୀ ବିର୍ଲି ନୃତ୍ୟ । ଏହାର ମୁଖ୍ୟ ଆକର୍ଷଣ ରହିଛି ପାଭିଲିୟନର ବାହାରେ ତିଆରି କରାଯାଇଥିବା କୋଣାର୍କ ଚକ୍ର । ଏହି ପାଭିଲିୟନରେ ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ଦର୍ଶାଯାଇଛି । ତା ସହିତ ଓଡ଼ିଶା ର ସଂସ୍କୃତି ପରମ୍ପରା କୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଯାହାର ମୁଖ୍ୟ ଆକର୍ଷଣ ରହିଛି କରୁଣା ସିଲକ । ଏଥିରେ ରାଜ୍ୟର ୮ ଟି ବିଭାଗର ୨୪ ଟି ଷ୍ଟଲ ପ୍ରଦର୍ଶିତ କରାଯାଇଛି।

Related posts

ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ 

mahabharatanews

ମାଧେଶ୍ୱର ପାଣି ପଞ୍ଚାୟତର ନୂତନ କର୍ମକର୍ତ୍ତା କମିଟି ଗଠନ

mahabharatanews

ବାଲୁକା ମାଧ୍ୟମରେ ସମୁଦ୍ର ଓ ସାମୁଦ୍ରିକ ଜୀବ ଜନ୍ତୁଙ୍କ ସୁରକ୍ଷା

mahabharatanews