ଓଡିଶା

ଆସନ୍ତାକାଲିଠୁ ଶୀତ ଅଧିବେଶନ

(ଭୁବନେଶ୍ୱର)  : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି ।

ସୂଚନାନୁଯାୟୀ ,  ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୦ତାରିଖ ଯାଏଁ ଏହି ଅଧିବେଶନ ଚାଲିବ । ଏଥର ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ଅଧିବେଶନ ଯେପରି ସୁରଖୁରରେ ଚାଲିବ ସେନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ହେଉଛି । ସୋମବାର ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିବା ନେଇ ସୂଚନା ରହିଛି ।

Related posts

ବିଜେପିରେ ଯୋଗଦାନ ଖବର କପୋଳକଳ୍ପିତ: କଂଗ୍ରେସ ନେତା ସୁଦର୍ଶନ ଦାସ

mahabharatanews

ବରଗଡ଼ ପହଁଚିଲେ ରାଜସ୍ଥାନରେ ଫସିଥିବା ଛାତ୍ରଛାତ୍ରୀ

mahabharatanews

ରାତିରେ କ୍ୟାପିଟାଲ ହସ୍ପିଟାଲରେ ବୁଲିଲେ ମୁଖ୍ୟମନ୍ତ୍ରୀ

mahabharatanews