ଓଡିଶା

ଆଜିଠୁ ଶୀତ ଅଧିବେଶନ

(ଭୁବନେଶ୍ୱର)  : ଆଜି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନ ଯେପରି ସୁରୁଖୁରରେ ଚାଲିବ, ସେ ନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ବାଚସ୍ପତି ।

ସୂଚନାନୁଯାୟୀ ,  ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୦ତାରିଖ ଯାଏଁ ଏହି ଅଧିବେଶନ ଚାଲିବ । ଏଥର ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ଅଧିବେଶନ ଯେପରି ସୁରଖୁରରେ ଚାଲିବ ସେନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ହେଉଛି । ସୋମବାର ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିବା ନେଇ ସୂଚନା ରହିଛି ।

 

Related posts

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବ ନିରାଡମ୍ବର ରୂପେ ପାଳନ କରିବାକୁ ମଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

mahabharatanews

ସ୍ୱାଭିମାନ ଅଞ୍ଚଳରେ ସାପ୍ତାହିକ ହାଟ ବନ୍ଦ

mahabharatanews

ଆଜି ହେଉଛି ବିଶ୍ବ ଏଡ୍‌ସ ଦିବସ

mahabharatanews