ଓଡିଶା

କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

(ଭୁବନେଶ୍ୱର) :  ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ହୋଇ ଗତିକରୁଛି। ଫଳରେ ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଧା, ପୁରୀ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ସୂଚନାନୁଯାୟୀ ,  ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ପରିବର୍ତ୍ତନର ବିଶେ‌ଷ ସମ୍ଭାବନା ନାହିଁ। ଫଳରେ ଏବେ ଶୀତ ପ୍ରକୋପ ଅପେକ୍ଷାକୃତ କମ ରହିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳଗୁଡ଼ିକର ପାଗ ଆଂଶିକ ମେଘୁଆ ରହିବ। କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Related posts

 ଗଡ଼ିଲା ଅଧାବାଟରେ ଅଟକି ଥିବା ରଥ

mahabharatanews

ପଦ୍ମପୁର ଉପନିର୍ବାଚନ : ପ୍ରାର୍ଥୀ ଘୋଷଣା କଲେ ଦୁଇ ଦଳ; ବାକି ରହିଗଲା ବିଜେଡି

mahabharatanews

ସୁପ୍ରିମକୋର୍ଟ ଗଲେ ବର୍ଷା

mahabharatanews