ଓଡିଶା

ହୁ ହୁ ହୋଇ ଜଳିଗଲା ଗୋଟିଏ କଣ୍ଟେନର ସହ ୨ଟି ଟ୍ରକ

(ପାରାଦ୍ବୀପ)  : ଅଚାନକ ହୁ ହୁ ହୋଇ ଜଳିଗଲା ଗୋଟିଏ କଣ୍ଟେନର ସହ ୨ଟି ଟ୍ରକ । ଉଦୟବିହାର ନିକଟରେ ୩ଟି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି । ଏପରି ଘଟଣା ଗତକାଲି ବିଳମ୍ବିତ ରାତ୍ରୀରେ ପାରାଦୀପ ଲକଥାନା ଅଧିନ ପିପିଏଲ ଛକ ନିକଟ ସ୍ଥିତ ଏକ ଗ୍ୟାରେଜରେ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଛି ।

ସୂଚନାନୁଯାୟୀ , ତେବେ କଣ୍ଟେନର ଭିତରେ ଚୋରା ଡିଜେଲ ଥିବା ନେଇ ସୂଚନା ରହିଛି ।  ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପାରାଦୀପ ଏବଂ କୁଜଙ୍ଗର ୬ଟି ଦମକଳ ଗାଡ଼ି ନିୟୋଜିତ ଥିବା ନେଇ ସୂଚନା ରହିଛି । ଦୀର୍ଘ ତିନି ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରାଯାଇଥିଲା । ଏପରି ଘଟଣା ଗତକାଲି ବିଳମ୍ବିତ ରାତ୍ରୀରେ ପାରାଦୀପ ଲକଥାନା ଅଧିନ ପିପିଏଲ ଛକ ନିକଟ ସ୍ଥିତ ଏକ ଗ୍ୟାରେଜରେ  ଅନ୍ୟପକ୍ଷରେ କଣ୍ଟନରରେ ଥିବା ଚୋରା ତେଲ ସଂପର୍କରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

 

Related posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି

mahabharatanews

କୋର୍ଟରେ ନକଲି ଡାକ୍ତର ରମେଶ ସ୍ୱାଇଁର ଚାର୍ଜସିଟ ଦାଖଲ କଲେ ମହିଳା ପୋଲିସ

mahabharatanews

ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କୁ କରୋନା

mahabharatanews