ଓଡିଶା

ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି

(ଭୁବନେଶ୍ଵର) : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ। ଗୃହକୁ  ମୁଲତବି ରଖିଲେ ବାଚସ୍ପତି । ଦ୍ଵିତୀୟ ଦିନରେ ବି ଚାଲିପାରିଲାନି ଗୃହ । ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ପରେ ଦିବା ୧୨ ଯାଏଁ ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ପରେ ଗୃହ ଆରମ୍ଭ ହେବା ପରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ହୋଇଥିଲା । ହେଲେ ଆସନ୍ତାକାଲି ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ।

ସୂଚନାନୁଯାୟୀ , ଗୃହକାର୍ଯ୍ୟକୁ ସ୍ୱାଭାବିକ ଭାବେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ତେବେ ଆଶା କରାଯାଉଥିଲା ଯେ, ସର୍ବଦଳୀୟ ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହେବେ ହେଲେ ଗୃହ ମୁଲତବୀ ରହିଛି । ଶୀତକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି ।

Related posts

ପୱନ ସରୋବର ଠାରେ ବ୍ରହ୍ମ କୁମାରୀ ର ନୁଆଁ ବର୍ଷରେ ନୁଆଁ ଚିନ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଧୁମଧାମରେ ଭୋଗୀ ଉତ୍ସବ ପାଳିତ

mahabharatanews

ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଥମିକ କୃଷି ସମବାୟ ସମିତି

mahabharatanews