ମନୋରଞ୍ଜନ

ଅଭିନେତା ମନସୁର ଅଲି ଖାନ୍ ଫେରାର 

(ମୁମ୍ବାଇ) : ଫେରାର ଅଛନ୍ତି ଅଭିନେତା ମନସୁର ଅଲି ଖାନ୍ । ମୁଁ କିଛି ଭୁଲ କହିନି, କ୍ଷମା କାହିଁକି ମାଗିବି। ସାଉଥ ଷ୍ଟାର ତ୍ରିଶା କ୍ରିଷ୍ଣନନଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଏଭଳି ପ୍ରତିକ୍ରିୟା ଦେଇଥିବା ଅଭିନେତା ମନସୁର ଅଲି ଖାନ୍ ଏବେ ଫେରାର ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ସାମ୍ବାଦିକ ସମ୍ମିଳନୀ କରି ମନସୁର କିଛି ଦିନ ତଳେ କହିଥିଲେ ଯେ, “ଯେତେବେଳେ ମୁଁ ଶୁଣିଲି ଯେ ‘ଲିଓ’‌ରେ ତ୍ରିଶା ମଧ୍ୟ ଅଛନ୍ତି ସେତେବେଳେ ମୁଁ ଭାବିଥିଲି ଫିଲ୍ମରେ ମୋର ଦୁଷ୍କର୍ମ ଦୃଶ୍ୟ ରହିବ। ମୁଁ ଭାବିଥିଲି ମୁଁ ତାଙ୍କୁ ଟେକି ଶୋଇବା ଘରକୁ ନେଇଯିବି ଯେପରି ମୁଁ ମୋର ପୂର୍ବ ସିନେମାରେ ଅନ୍ୟ ଅଭିନେତ୍ରୀମାନଙ୍କ ସହିତ କରିଥିଲି। ମୁଁ ବହୁତ ଦୁଷ୍କର୍ମ ଦୃଶ୍ୟ କରିସାରିଛି ଏବଂ ଏହା ମୋ ପାଇଁ ନୂଆ ନୁହେଁ। କିନ୍ତୁ ‘ଲିଓ’ର ସୁଟିଂ ସମୟରେ ମୋତେ ତ୍ରିଶାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଲାନି।” ତାଙ୍କର ଏଭଳି ମନ୍ତବ୍ୟକୁ ଅନେକ କଳାକାର କଡ଼ା ଶବ୍ଦରେ ନିନ୍ଦା କରିଥିବା ବେଳେ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ। ହେଲେ ମନସୁର କ୍ଷମା ମାଗିବାକୁ ମନା କରିଦେଇଥିଲେ। ପରେ ଏନେଇ ପୋଲିସ ମାମଲା ରୁଜୁ କରି ସମନ ପଠାଇବାରୁ ଅ‌ଭିନେତା ଫେରାର ହୋଇଯାଇଥିବା ଜଣାପଡ଼ିଛି।

Related posts

ମନିଂ ଲଣ୍ଡରିଂ ମାମଲା; ଅବ୍‌ଦୁଙ୍କୁ ସମନ ଜାରି

mahabharatanews

ମଦ ନିଶାରେ ରାସ୍ତାରେ ବୁଲିଲେ ସନ୍ନି 

mahabharatanews

‘ପର୍ବ’ ଉପନ୍ୟାସ ଉପରେ ଆଧାରିତ ବିବେକଙ୍କ ଆଗାମୀ ସିନେମା 

mahabharatanews