ଓଡିଶା

ଶ୍ରୀଜଗନ୍ନାଥ ବିମାନବନ୍ଦର; ପାଚେରି ବୁଲା କାମ ଶେଷ

(ପୁରୀ)  : ପୁରୀରେ ହେବ ଅର୍ନ୍ତଜାତୀୟ ବିମାନବନ୍ଦର । ଶ୍ରୀଜଗନ୍ନାଥ ଅର୍ନ୍ତଜାତୀୟ ବିମାନବନ୍ଦରକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟର ସବୁଜ ସଙ୍କେତ ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ ପ୍ରକ୍ରିୟା। ତେବେ ଏହାରି ମଧ୍ୟରେ ସରକାରୀ ଜମି ଅଧିଗ୍ରହଣ ଓ ପାଚେରି ବୁଲା କାମ ଶେଷ ହୋଇଛି। ବେସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଖୁବଶୀଘ୍ର ଏହି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି।

ସୂଚନାନୁଯାୟୀ ,  କିଛିଦିନ ତଳେ ଭୁବନେଶ୍ବରରେ ବସିଥିବା ସଚିବସ୍ତରୀୟ ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ୨୭.୮୫୪ ହେକ୍ଟର ଜଙ୍ଗଲ ଜମିକୁ ବିମାନବନ୍ଦର ନିର୍ମାଣ ଏନଓସି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ସର୍ବମୋଟ ୧୧୬୪.୮୩୬ ଏକର ଜମିର ଆବଶ୍ୟକତା ରହିଛି।

Related posts

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ଯୌତୁକ ନିର୍ଯାତନା ଅଭିଯୋଗ

mahabharatanews

ଜଳେଶ୍ୱରରେ ଦୋକାନ ବଜାର ଖୋଲା, ଉତ୍ତର ବାଲେଶ୍ୱରରେ ବନ୍ଦକୁ ମିଳିଲାନି ସମର୍ଥନ

mahabharatanews

ଏୟାରପୋର୍ଟରୁ ଜବତ ହେଲା ୪ କୋଟିର ମାରିଜୁଆନା

mahabharatanews