ଓଡିଶା

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା 

(କଟକ) :  ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା । NAAC ରାଙ୍କରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A++ । କିଛି ଦିନ ତଳେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍ ଟିମ୍ । ନାକ୍‌ ମାନ୍ୟତାରେ ଉନ୍ନତି ଆଣିବା କ୍ଷେତ୍ରରେ ରେଭେନ୍ସା କଣ ପଦକ୍ଷେପ ନେଇଛନ୍ତି ଏନେଇ ଟିକିନିଖି ଅନୁଧ୍ୟାନ କରିଥିଲେ ନାକର ୫ ଜଣିଆ ଟିମ ।

ସୂଚନାନୁଯାୟୀ , ବିଶେଷକରି ଭିତ୍ତିଭୂମି ସହ, ସ୍ବାସ୍ଥ୍ୟ, ଶିକ୍ଷା, ଖାଦ୍ୟ, ପରିମଳ ଓ ବିଭିନ୍ନ ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ଟିମ । ଅନ୍ୟପକ୍ଷରେ କୁଳପତିଙ୍କ ସମେତ ବିଭିନ୍ନ ବିଭାଗର ଫାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ୨୦୧୬ ମସିହା ଡିସେମ୍ବରରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାକ ମାନ୍ୟତାର ବୈଧତା ଶେଷ ହୋଇଥିଲା । ଏନେଇ ପୁନଃ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାକ ସମ୍ନାରେ ଆବେଦନ କରିଥିଲେ ।

Related posts

ରାଜ୍ୟରେ ଆଉ ୧୩ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ସତ୍ୟନଗର ସିଲ କଲା ବିଏମସି

mahabharatanews

ଏଥର ଇକୋ ଫ୍ରେଣ୍ଡଲି ରାକ୍ଷୀ

mahabharatanews