ଓଡିଶା

ମାଓବାଦୀଙ୍କ ତାଣ୍ଡବ : ଜାଳିଦେଲେ ୧୪ଗାଡ଼ି    

(ମାଲକାନଗିରି) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ମାଓବାଦୀ ଆକ୍ରମଣ । ସେମାନେ କ୍ଷତି ପହଞ୍ଚାଇବା ପାଇଁ ଆଇଇଡି ବୋମା ବିସ୍ଫୋରଣ କରୁଛନ୍ତି। ଏଭଳି ସ୍ଥିତିରେ ଗତକାଲି ରାତିରେ ଦାନ୍ତେୱାଡା ଜିଲ୍ଲାରେ ଲାଲ ତାଣ୍ଡବ ଦେଖିବାକୁ ମିଳିଛି। ଭାଂସୀ ଥାନା ଅଞ୍ଚଳରେ ରାସ୍ତା କାମ ପାଇଁ ନିୟୋଜିତ ହୋଇଥିବା ୧୪ଟି ଗାଡ଼ିକୁ ମାଓବାଦୀମାନେ ଜାଳି ଦେଇଛନ୍ତି।

ସୂଚନାନୁଯାୟୀ, ୪ଟି ହାଇୱା, ୪ଟି ପକଅପ୍, ଗୋଟିଏ ଜେସିବି, ଗୋଟିଏ କ୍ରେନ, ଗୋଟିଏ ସିଫ୍ଟର ଟ୍ରକ, ଦୁଇଟି ପାଣି ଟ୍ୟାଙ୍କର ଓ ଗୋଟିଏ ମିକ୍ସର ମେସିନ ଗାଡ଼ି ରହିଥିଲା। ଗତକାଲି ରାତି ପ୍ରାୟ ୧ଟା ବେଳକୁ ୩୦ରୁ ଅଧିକ ମାଓବାଦୀ ଠିକାଦାର ଶିବିର ନିକଟକୁ ଆସିଥିଲେ। ସେଥିରୁ କେତେ ଜଣ ମାଓବାଦୀ ପୋଷାକ ପିନ୍ଧି ଅସ୍ତ୍ରଶସ୍ତ୍ର ଧରିଥିବା ବେଳେ ଆଉ କିଛି ଗ୍ରାମୀଣ ବେଶରେ ଥିଲେ। ସେଠାରେ ଥିବା ୧୪ଟି ଗାଡ଼ିର ତେଲ ଟାଙ୍କିକୁ ଭାଙ୍ଗି ଦେଇ ସେଥିରେ ମାଓବାଦୀମାନେ ନିଆଁ ଲଗାଇ ଦେଇଥିଲେ।

Related posts

ଅଳଗୁମ ଶ୍ମଶାନରେ ଶେଷ ଦର୍ଶନ ପରେ ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ ବିଶ୍ୱାଳ

mahabharatanews

ଅପେକ୍ଷାରେ ରଥ ସହ ସାରଥୀ

mahabharatanews

ଆଜି ପୀଠେ ଦଶହରା , ମଣ୍ଡପରେ ମହାନବମୀ

mahabharatanews