ଓଡିଶା

ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ବନ୍ଦ 

(ଭୁବନେଶ୍ୱର) :  ମାଡ଼ିଆସୁଛି ବାତ୍ୟା ମିଗଜୋମ୍ । ବାତ୍ୟା ଉତ୍ତର ଦିଗରେ ଗତି କରି ନେଲୋର ଏବଂ ମଚ୍ଛଲିପଟ୍ଟନମ୍ ମଧ୍ୟରେ ବାପାଟଲାର ନିକଟରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ଆକାଶ ମାର୍ଗରେ ବିମାନ ସେବାକୁ ପ୍ରଭାବିତ କରିଦେଇଛି । ଯାହାଫଳରେ ସୋମବାର ଭୁବନେଶ୍ୱରରୁ ଚେନ୍ନାଇ ଯାଉଥିବା ଦୁଇଟି ବିମାନକୁ ବାତିଲ କରିବାକୁ ପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାତି ୧୧ଟା ଯାଏଁ ବିମାନ ଚଳାଚଳ ବନ୍ଦ ରହିଛି ।

ସୂଚନାନୁଯାୟୀ , ପାଣିପାଗରେ ସୁଧାର ଆସିବା ମାତ୍ରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସେ ଯାତ୍ରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ।  ଯେ ଆମେ ସାଧାରଣତଃ ଚେନ୍ନାଇକୁ ଦୈନିକ ଦୁଇଟି ବିମାନ ଉଡ଼ାଣ କରୁ । କିନ୍ତୁ ସୋମବାର ଉଭୟ ବିମାନ ଉଡ଼ାଣ ବାତିଲ ହୋଇଛି । ଯଦି ମଙ୍ଗଳବାର ପାଗ ଅନୁମତି ଦିଏ ଓ ଚେନ୍ନାଇ ବିମାନ ବନ୍ଦର ଖୋଲିବ ତେବେ ଭୁବନେଶ୍ୱରରୁ ବିମାନ ଚଳାଚଳ ଆରମ୍ଭ ହେବ ।

Related posts

୫ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ରାଜ୍ୟରେ ମୁଣ୍ଡଫଟା ଖରା ;ଅସ୍ତବ୍ୟସ୍ତରେ ଜନଜୀବନ

mahabharatanews

ଆଜିଠୁ ୩ମାସ ଯାଏ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

mahabharatanews