ଓଡିଶା

ଚୋରା ବୋଲେରୋକୁ ଉଦ୍ଧାର କଲା ପଣ୍ଡାପଡ଼ା ପୋଲିସ

ହାଟଡିହି : ଗୁରୁ ବାର ବିଳମ୍ବିତ ରାତିରେ ଆନନ୍ଦପୁର – ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ହାଟଡିହି ବ୍ଲକର ଅଣା ପୋଲ ନିକଟରେ ଫେଲ ମରିଥିଲା ଚୋରଙ୍କ ମାଷ୍ଟର ପ୍ଲାନ। ଚୋର ମାନେ ପଣ୍ଡାପଡ଼ା ପୋଲିସ୍କୁ ଚକମା ଦେଇ ପ୍ରଥମେ ଘଟଗାଁ, ପରେ ଆନନ୍ଦପୁର ପରେ ନଦିପଦା ପୋଲିସ୍ ଚକମା ଦେବାକୁ ଚେଷ୍ଟା କରୁଥିବା ବେଳେ ଅଣା ପୋଲ ନିକଟ ରେ ଘଟି ଥିଲା ଦୁର୍ଘଟଣା।

ଦୁର୍ଭାଗ୍ୟ ବଶତଃ OR-09-K-0060 ବୋଲେରୋ ଟି ଓଲଟି ପଡ଼ିଥିଲା କେନାଲକୁ । ଯାହାକି ସେହି ସମୟରୁ ଗାଡ଼ି ଛାଡ଼ି ଚଂପଟ ମରିଥିଲେ ଚୋର। ଉକ୍ତ ବୋଲେର ଟି ପଣ୍ଡା ପଡା ଥାନା ଅନ୍ତର୍ଗତ ଆଙ୍କଲପଡା ଗ୍ରାମର ଖଗେଶ୍ବର ନାୟକଙ୍କର ବୋଲି ଜଣା ପଡ଼ିଛି। ପରେ ନନ୍ଦୀପଦା ପୋଲିସଙ୍କ ସୂଚନା ଅନୁଯାୟୀ ପାଣ୍ଡପଡା ଥାନା ଅଧିକାରୀଙ୍କ ଦ୍ଵାରା ଗାଡ଼ିଟି ଉଦ୍ଧାର କରା ଯାଇ ନିଆଯାଇଛି।

Related posts

ଜଗନ୍ନାଥ ବଲ୍ଲଭ ମଠରେ ସଂରକ୍ଷିତ ରହିବ ତିନି ରଥ

mahabharatanews

ଏନଟିପିସି, କଣିହାଁ ପ୍ରକଳ୍ପ ୩ୟ ଥର ବିଦ୍ୟୁତ୍ ଉତ୍ପାଦନରେ କଲା ରେକଡ୍

mahabharatanews

ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା 2025  ଅନୁଷ୍ଠିତ

mahabharatanews