ମନୋରଞ୍ଜନ

 ରଣବୀରଙ୍କ ଜିମ୍ ଟ୍ରେନର ସେୟାର କଲେ ଏଭଳି ଭିଡିଓ 

(ମୁମ୍ବାଇ) : ଡିସେମ୍ବର ୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଆନିମଲ’। ଫିଲ୍ମଟି ୨ଦିନରେ ହିଁ ୨୦୦କୋଟି ଟଙ୍କା ଆୟ କରିଛି। ତେବେ କେବଳ ଭାରତରେ ନୁହେଁ, ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇ ଏହି ଆକଳନ କରାଯାଇଛି। ଫିଲ୍ମକୁ ଆଜି ଯେଉଁ ଭଲପାଇବା ମିଳୁଛି, ଏହାକୁ ପାଇବା ପାଇଁ ସବୁ କଳାକାର କଡ଼ା ପରିଶ୍ରମ କରିଥିଲେ। ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ଅଭିନେତା ରଣବୀର କପୁରଙ୍କୁ ‘ଆନିମଲ’ରେ ଥିବା ଚରିତ୍ର ପାଇଁ ନିଜକୁ ପ୍ରସ୍ତୁତ କରିବା ସହଜ ନଥିଲା। ଚରିତ୍ର ପାଇଁ ଭଲ ଶାରୀରିକ ଗଠନର ଆବଶ୍ୟକତା ଥିବାରୁ ଜିମ୍ ଯାଇ କଡ଼ା ପରିଶ୍ରମ କରିଥିଲେ ରଣବୀର। ଏବେ ଏହାର ଭିଡିଓ ସେୟାର କରିଛନ୍ତି ରଣବୀରଙ୍କ ଜିମ୍ ଟ୍ରେନର।

ସୂଚନାନୁଯାୟୀ , ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ରଣବୀର କପୁର ଅଭିନୟ କରିଥିବା ବେଳେ ବକ୍ସ ଅଫିସରେ ଏହା ଧମାଲ ମଚାଇଛି। ରିଲିଜ୍ ପୂର୍ବରୁ ଫିଲ୍ମଟି ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି କୁହାଯାଉଥିଲା। ରିଲିଜ ପରେ ଏହା ସତ ହେବ ବୋଲି ଦର୍ଶକ କହିବା ଆରମ୍ଭ କରିଛନ୍ତି। ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତାଙ୍କ ପର୍ଯ୍ୟନ୍ତ ସମସ୍ତେ ଫିଲ୍ମକୁ ପସନ୍ଦ କରିଛନ୍ତି।

Related posts

ଭାଇଙ୍କ ପାର୍ଟିକୁ ୫ କୋଟି ଟଙ୍କା ଦେଲେ ସୁପରଷ୍ଟାର ଚିରଞ୍ଜୀବୀ

mahabharatanews

ନକଲି କିଙ୍ଗ୍ ଖାନଙ୍କୁ ଦେଖି  ହସି ହସି ବେଦମ ଭାଇଜାନ  

mahabharatanews

OTTରେ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨

mahabharatanews