ଭାରତ

୧୩ରେ ସଂସଦ ଉପରେ ଆକ୍ରମଣ କରିବାକୁ ଧମକ

(ଦିଲ୍ଲୀ)  : ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପୁଣି ଥରେ ଭାରତରେ ଆକ୍ରମଣ କରିବାକୁ ଧମକ ଦେଇଛି । ଏକ ଭିଡିଓ ପୋଷ୍ଟ କରି ସେ ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ଭିଡିଓରେ ପନ୍ନୁ କହିଛି , ତାଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ବିଫଳ ହୋଇଛି, ହେଲେ ଏହାର ପ୍ରତିଶୋଧ ନେବି । ବର୍ତ୍ତମାନ ଡିସେମ୍ବର ୧୩କିମ୍ବା ତା ପୂର୍ବରୁ ଭାରତ ସଂସଦ ଭବନେ ଉପରେ ଆତଙ୍କବାଦୀ ଆକ୍ରମଣ ହେବ ।

ସୂଚନାନୁଯାୟୀ , ଏହା ପୂର୍ବରୁ ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଭିଡିଓରେ ଗୋଟିଏ ପଟେ ଖାଲିସ୍ତାନର ପତାକା ଏବଂ ଅନ୍ୟ ପଟେ ସଂସଦ ଆକ୍ରମଣ ଦୋଷୀ ଅଫଜଲ ଗୁରୁର ପୋଷ୍ଟର ରହିଛି। ଯେଉଁଥିରେ ଲେଖାଯାଇଛି, “ଦିଲ୍ଲୀ ବନେଗା ପାକିସ୍ତାନ”। ଭିଡିଓରେ ପନ୍ନୁ କହୁଛନ୍ତି, “ଭାରତୀୟ ଏଜେନ୍ସିମାନେ ମୋତେ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ ହେଲେ ଏହା ବିଫଳ ହୋଇଛି । ଏହା ପରେ ଭାରତ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାର ଅନୁସନ୍ଧାନ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲା। ଗୁରୁପତନ୍ତ ସିଂଙ୍କର ଉଭୟ କାନାଡା ଏବଂ ଆମେରିକାର ନାଗରିକତା ରହିଛି ।

Related posts

 ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ ଭିଡ଼

mahabharatanews

ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ବିପର୍ଯ୍ୟୟ’

mahabharatanews

ଆଜି ଓଡ଼ିଶା ଆସୁଛନ୍ତି ନୀତୀନ ଗଡ଼କରୀ ଓ ହିମନ୍ତ ବିଶ୍ଵ ଶର୍ମା

mahabharatanews