ଓଡିଶା

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଏସି ଟନେଲ 

(ପୁରୀ) :  ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେଲା ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ଆରମ୍ଭ ହୋଇଛି । ଡିଜାଇନ୍ ଅନୁସାରେ ୮୪ ମିଟର ଲମ୍ବ, ୧୨ମିଟର ଚଉଡ଼ା ଓ ୮ଲେୟର ବିଶିଷ୍ଟ ହେବ ଏହି ଟନେଲ ।

ସୂଚନାନୁଯାୟୀ , ଆଜିଠାରୁ ସର୍ଭେ ଆରମ୍ଭ ହୋଇଯାଇଛି । ୮୪ ମିଟର ଲମ୍ବା ଓ ୧୨ ମିଟର ଓସାରର ଏହି ଟନେଲର ନିର୍ମାଣ କାର୍ଯ୍ୟ ଚଳିତ ଡିସେମ୍ବର ୨୫ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ଉପଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି। ଫଳରେ ଆଗାମୀ ଦିନରେ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ ହେବ । ନୂଆବର୍ଷରେ ଭକ୍ତମାନେ ନୂଆ ଅନୁଭୁତି ପାଇପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ବଡଦାଣ୍ଡରେ କଳେବର ହେଉଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଣ୍ଟ୍ରାଲ ଏସି ଟନେଲ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

Related posts

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଆନନ୍ଦବଜାର ବିଶୃଙ୍ଖଳା: ଅଣସୁପକାରଙ୍କ ଉପରେ ରୋକ

mahabharatanews

ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

mahabharatanews