ମନୋରଞ୍ଜନ

ଫିଲ୍ମ ‘ଫାଇଟର୍’ର ଟିଜର ରିଲିଜ  

(ମୁମ୍ବାଇ) :  ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର୍’ ରିଲିଜକୁ ସମସ୍ତେ ଅପେକ୍ଷା କରିଛନ୍ତି । ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋଣଙ୍କୁ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି ଦେଖିବା ପାଇଁ ମିଳିବ । ସିନେମାଟିର ପୋଷ୍ଟର ରିଲିଜ୍ ପରଠାରୁ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଉତ୍ସାହର ଅପେକ୍ଷା କରିଛନ୍ତି । ଏବେ ବର୍ତ୍ତମାନ ପ୍ରଶଂସକଙ୍କ ଉତ୍ସାହ ବଢାଇବା ପାଇଁ ନିର୍ମାତାମାନେ ଆଜି ‘ଫାଇଟର୍’ର ରୋମାଞ୍ଚକର ଟିଜର ରିଲିଜ୍ କରିଛନ୍ତି।

ସୂଚନାନୁଯାୟୀ , ଟିଜର ଦମଦାର ଆକ୍ସନ ଦେଖିବା ପାଇଁ ମିଳୁଛି । ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର୍’ର ନିର୍ମାତାମାନେ ଆଜି ଏହାର ଟିଜର ରିଲିଜ୍ କରି ପ୍ରଶଂସକମାନଙ୍କୁ ଫିଲ୍ମର ପ୍ରଥମ ଝଲକ ଦେଖାଇଛନ୍ତି। ୧ମିନିଟ୍ ୧୩ସେକେଣ୍ଡ୍ ଟିଜରରେ ହ୍ରିତିକ୍ ରୋଶନ୍, ଦୀପିକା ପାଦୁକୋଣ ଏବଂ ଅନିଲ କପୁରଙ୍କ ଦମଦାର ଲୁକ୍ ସମସ୍ତଙ୍କୁ କରୁଛି ମତୁଆଲା । ସେନା ୟୁନିଫର୍ମ ପିନ୍ଧିଥିବା ସମସ୍ତ ତିନୋଟି ତାରକା ଚମତ୍କାର ଦେଖାଯାଉଛନ୍ତି । ଏହି ଫିଲ୍ମରେ ଦୀପିକା ଏବଂ ହ୍ରିତିକ ଯୁଦ୍ଧ ବିମାନ ଚଳାଉଥିବାର ନଜର ଆସୁଛନ୍ତି ।ଆସନ୍ତା ବର୍ଷ ଜାନୁଆରୀରେ ଗଣତନ୍ତ୍ର ଦିବସ ଅବସରରେ ବଡ ପରଦାରେ ମୁକ୍ତିଲାଭ କରିବ ।

Related posts

“ପରିବାର ଚାପରେ ରହିଛି”: ଅରବାଜ୍ ଖାନ୍

mahabharatanews

“ଏକ ଯୁଗର ଅନ୍ତ ଘଟିଛି,” ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଲେ – ପ୍ରତ୍ୟେକ ପିଢ଼ିର ଜଣେ ପ୍ରିୟ ତାରକା ଚାଲିଗଲେ।

mahabharatanews

ଆସୁଛି ଲୋକପ୍ରିୟ ଟିଭି ଶୋ ଶାର୍କ ଟ୍ୟାଙ୍କ ଇଣ୍ଡିଆର ତୃତୀୟ ସିଜିନ

mahabharatanews