ଭାରତମନୋରଞ୍ଜନ

ଆରପାରିରେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ : ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ଅକାଳ ବିୟୋଗ 

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଦେହାନ୍ତ ହୋଇଛି। ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ଥିଲେ ସେ | ୱାର୍କଆଉଟ୍‌ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାତ୍ର ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ଏଭଳି ଅକାଳ ବିୟୋଗ ତାଙ୍କ ପ୍ରଶଂସକ ତଥା ଟିଭି ଜଗତକୁ ଏକ ଶକ୍ତ ଧକ୍କା ଦେଇଛି। ସିଦ୍ଧାନ୍ତ ଦୁଇଟି ପିଲାର ବାପା ଓ ସେ ତାଙ୍କ ପତ୍ନୀଙ୍କ ସହ ମୁମ୍ବାଇରେ ରହୁଥିଲେ।

ସିଦ୍ଧାନ୍ତ ବୀର ସୂର୍ଯ୍ଯବଂଶୀ ଜଣେ ଲୋକପ୍ରିୟ ଟିଭି ଅଭିନେତା ଥିଲେ କିନ୍ତୁ ସେ ମଡେଲିଂରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ମଡେଲିଂରେ ବହୁତ କାମ କରିବା ପରେ ସେ ଟେଲିଭିଜନ୍‌ ଜଗତରେ ପାଦ ଥାପିଥିଲେ। ସିଦ୍ଧାନ୍ତ କୁସୁମ୍, କସୌଟି ଜିନ୍ଦେଗି କି, କୃଷ୍ଣ-ଅର୍ଜୁନ, ଜମିନ୍ ସେ ଆସମାନ୍ ଟକ୍, କ୍ୟା ଦିଲ୍ ମେନ୍ ହେ, ଗୃହସ୍ଥୀ ଭଳି ଅନେକ ଟିଭି ଶୋ’ର ଅଭିନୟ କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଜିଦି ଦିଲ୍ ମାନେ ନା ରେ ଦେଖିବାକୁ ମିଳିଥିଲା। ସିଦ୍ଧାନ୍ତ ଜଣେ ଫିଟନେସ୍ ଫ୍ରାକ୍ ଥିଲେ, ପ୍ରଶଂସକମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରାୟତଃ ସୋସିଆଲ୍ ମିଡିଆରେ ତାଙ୍କର ବ୍ୟାୟାମ ଭିଡିଓ ସେୟାର କରୁଥିଲେ।

ସବୁଠୁ ବଡ କଥା ହେଉଛି ବର୍ତ୍ତମାନ ସମୟରେ ଜିମରେ ୱାର୍କଆଉଟ୍‌ କରୁଥିବା ସମୟରେ ହୃଦଘାତ ମାମଲା ଅଧିକ ସାମ୍ନାକୁ ଆସୁଛି | କାରଣ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ମଧ୍ୟ ଜିମରେ ୱାର୍କ ଆଉଟ କରୁଥିବାବେଳେ ନିକଟରେ ମୃତ୍ୟୁ ବରଣ କରିଥିଲେ। ଏହାପୂର୍ବରୁ ଶୋ’ର ଅଭିନେତା ଭାବିଜି ଫେମ ଦୀପେଶ ମଧ୍ୟ ବ୍ୟାୟାମ କରିବା ସମୟରେ ମୃତ୍ୟୁ ବରଣ କରିଥିଲେ।

Related posts

ଭାରତର ପ୍ରଥମ ସାଇଫାଇ ଫିଲ୍ମ ‘କୋଇ … ମିଲ ଗୟା’ ରିଲିଜ

mahabharatanews

ଲକ୍ଷୀପୁର ଖେରିରେ ଅଭାବନୀୟ ଘଟଣା

mahabharatanews

ଦେଶରେ ଦିନକରେ ୧୧,୪୯୯ ଆକ୍ରାନ୍ତ ଚିହ୍ନଟ ଓ ୨୫୫ ଜଣ ମୃତ

mahabharatanews