ଓଡିଶା

ଅଯୋଧ୍ୟାରୁ ମହାପ୍ରଭୁଙ୍କ ପାଇଁ ନିମନ୍ତ୍ରଣ ପତ୍ର

(ପୁରୀ) :  ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆସିଛି ନିମନ୍ତ୍ରଣପତ୍ର। ଆସନ୍ତା ଜାନୁଆରି ୨୨ ତାରିଖରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବା ବେଳେ ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ପକ୍ଷରୁ ଅକ୍ଷତ କଳସ ଓ ନିମନ୍ତ୍ରଣପତ୍ର ଆସିଥିଲା। ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ସୂଚନାନୁଯାୟୀ , ବିଶ୍ବହିନ୍ଦୁ ପରିଷଦ ମାଧ୍ୟମରେ ଭାରତରେ ଘରେଘରେ ନିମନ୍ତ୍ରଣ ପହଞ୍ଚାଇବାକୁ କୁହାଯାଇଥିବା ବେଳେ ଆଜି ଭକ୍ତ ସାଲବେଗ ପୀଠ ନିକଟରୁ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଶ୍ରୀମନ୍ଦିର ଯାତ୍ରା କରିଥିଲା। ଜୟ ଶ୍ରୀରାମ ସ୍ଲୋଗାନ୍‌ ସହିତ ଶ୍ରୀରାମଙ୍କ ଭଜନ ମଧ୍ୟରେ ଗୈରିକ ପତାକା ଧରି ବିଶ୍ବହିନ୍ଦୁ ପରିଷଦର ସଦସ୍ୟମାନେ ଶ୍ରୀମନ୍ଦିର ଯାତ୍ରା କରିଥିଲେ।

Related posts

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ପାଳନ

mahabharatanews

ସ୍ୱାଧୀନତା ସଂଗ୍ରାମୀ ଦାଶରଥୀ ପାଣିଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

mahabharatanews

ବିଜେପି ପକ୍ଷରୁ ମହିଳା ଲାଭାର୍ଥୀ ସମ୍ମୀଳନୀ ଅନୁଷ୍ଠିତ

mahabharatanews