ଓଡିଶା

ଅଯୋଧ୍ୟାରୁ ମହାପ୍ରଭୁଙ୍କ ପାଇଁ ନିମନ୍ତ୍ରଣ ପତ୍ର

(ପୁରୀ) :  ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆସିଛି ନିମନ୍ତ୍ରଣପତ୍ର। ଆସନ୍ତା ଜାନୁଆରି ୨୨ ତାରିଖରେ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବା ବେଳେ ଆଜି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ପକ୍ଷରୁ ଅକ୍ଷତ କଳସ ଓ ନିମନ୍ତ୍ରଣପତ୍ର ଆସିଥିଲା। ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ସୂଚନାନୁଯାୟୀ , ବିଶ୍ବହିନ୍ଦୁ ପରିଷଦ ମାଧ୍ୟମରେ ଭାରତରେ ଘରେଘରେ ନିମନ୍ତ୍ରଣ ପହଞ୍ଚାଇବାକୁ କୁହାଯାଇଥିବା ବେଳେ ଆଜି ଭକ୍ତ ସାଲବେଗ ପୀଠ ନିକଟରୁ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଶ୍ରୀମନ୍ଦିର ଯାତ୍ରା କରିଥିଲା। ଜୟ ଶ୍ରୀରାମ ସ୍ଲୋଗାନ୍‌ ସହିତ ଶ୍ରୀରାମଙ୍କ ଭଜନ ମଧ୍ୟରେ ଗୈରିକ ପତାକା ଧରି ବିଶ୍ବହିନ୍ଦୁ ପରିଷଦର ସଦସ୍ୟମାନେ ଶ୍ରୀମନ୍ଦିର ଯାତ୍ରା କରିଥିଲେ।

Related posts

ବାଲୁକା ଆନିମେସନ ଜରିଆରେ ଶିଳ୍ପୀ ମାନସ ସାହୁଙ୍କ କରୋନା ସଚେତନତା ବାର୍ତ୍ତା

mahabharatanews

କୋଟପଡା ପିକଅପ ଭ୍ୟାନ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା

mahabharatanews

ରାଜ୍ୟରେ ହେବ ୨୦ଟି ସାଇନ୍ସ ପାର୍କ : ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ 

mahabharatanews