ଓଡିଶା

ବିଜେପି ପକ୍ଷରୁ ମହିଳା ଲାଭାର୍ଥୀ ସମ୍ମୀଳନୀ ଅନୁଷ୍ଠିତ

ଢେଙ୍କାନାଳ : ପରଜଙ୍ଗ ବ୍ଲକ ପାଣି ପଚାୟତ ସଭା ଗୃହ ଠାରେ ଆଜି ବିଜେପି ମହିଳା ମୋର୍ଚ୍ଚାର ପ୍ରବାସ କାର୍ୟ୍ୟକ୍ରମ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଯୋଜନା ର ମହିଳା ଲାଭାର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀ ରେ ବିଜେପି ରାଷ୍ଟୀୟ ମହିଳା ମୋର୍ଚ୍ଚା କାର୍ୟ୍ୟକାରିଣୀ ସଦସ୍ୟା ଆୟୁସି ଶ୍ରୀମାଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ରାଜ୍ୟ କାର୍ୟ୍ୟ କାରିଣୀ ସଦସ୍ୟ ବିଭୂତି ପ୍ରଧାନ, ଯୁବ ମୁର୍ଚ୍ଛା ରାଜ୍ୟ ସାଧାରଣ ସମ୍ପାଦକ ଦୀପକ ଗୋଛାୟତ, ପରଜଙ୍ଗ ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରା , ଉପାଧ୍ୟକ୍ଷା ଯଶସ୍ୱନୀ ରାଉତଙ୍କ ସମେତ ବ୍ଲକର ସମସ୍ତ ବିଜେପି ନିର୍ବାଚିତ ଲୋକପ୍ରତିନିଧି ଓ ମହିଳା ନେତୃ ମଣ୍ଡଳୀ, ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନାରୁ ଲାଭ ପାଇଥିବା ହିତାଧିକାରୀ ଉପସ୍ଥିତି ଥିଲେ । ତେବେ ଏହି ସମ୍ମିଳନୀ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋଚନା କରିବା ସହ ଆୟୁଷ୍ମାନ ଯୋଜନା ରାଜ୍ୟ ରେ ଲାଗୁ ନ ହେବା ଓ ଆବାସ ଯୋଜନା ରୁ ଯୋଗ୍ୟ ହିତାଧିକାରୀ ବାଦ ପଡିବା ନେଇ ରାଜ୍ୟ ସରକାରଙ୍କୁ ଦାଇ କରି ଉଭୟ ମୁଖ୍ୟ ଅତିଥି ଆୟୁସି ଶ୍ରୀମାଲୀ ଓ ଉପସ୍ଥିତି ସଂମ୍ମାନିତ ଅତିଥି ମାନେ ମହିଳା ଲାଭାର୍ଥୀଙ୍କୁ ବୁଝାଇ ଥିଲେ । ଏହା ସହ ଆଗାମୀ ଦିନରେ କିଭଳି ରାଜ୍ୟରେ ଡବଲ ଇଂଜିନ ସରକାର ହେଵ ସେନେଇ ବିସ୍ତୃତ ଆଲୋଚନା କରିଥିଲେ ।

Related posts

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି, ଫାଙ୍କା ପଡ଼ିଛି ୬ ଭାଗରୁ ୫ ଭାଗ ପ୍ରିନ୍ସିପାଲ ପଦବୀ

mahabharatanews

ନିଖୋଜ ଆଇପିଏସ ଅଫିସରଙ୍କୁ ଜବାବ ତଲବ

mahabharatanews

ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା

mahabharatanews