ଓଡିଶା

ଟୁ ଲେଟ ଲେଖି ୫୦ ହଜାର ଫାଇନ 

(ଭୁବନେଶ୍ୱର) : ଟୁ ଲେଟ୍ ଲେଖିଦେବାରୁ ୫୦ ହଜାର ଜରିମାନା । କାନ୍ଥରେ ‘ଟୁ ଲେଟ୍’ ଲେଖିଦେବାରୁ ତିନି ଜଣଙ୍କ ଉପରେ ୫୦ ହଜାର ଲେଖାଏଁ ଦେଢ଼ ଲକ୍ଷ ଟଙ୍କାର ଜରିମାନା କଷିଛି ବିଏମ୍‌ସି । କେବଳ ଜରିମାନା ନୁହଁ ବରଂ ସେମାନଙ୍କ ନାମରେ ଏତଲା ବି ଦିଆଯାଇଛି। ଗଛ, କାନ୍ଥ,ଖୁଣ୍ଟ କୁ ପରିଷ୍କାର ରଖିବା ପାଇଁ ବିଏମ୍‌ସି କରିଥିବା କଟକଣା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛି BMC। ଏଭଳି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଲୋକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନାନୁଯାୟୀ , ଏହାସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାର ଥାନାରେ ଏତଲା କରିଛି ବିଏମସି । ଏନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ ସଚେତନ କରିଥିଲା । ଏବେ 3 ସଂସ୍ଥା ସରକାରୀ ଜାଗାରେ TO-LET ମାରିବା ଅଭିଯୋଗରେ 50 ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରିଛି । ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ାରେ ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ TO-LET ମାରିପାରିବ ବୋଲି କୁହାଯାଇଛି ।

Related posts

ଚିଲିକା ରୋପୱେ କୁ ନେଇ ବିବାଦ

mahabharatanews

 ପ୍ରବଳ ବର୍ଷା ସମ୍ଭାବନା: ୫ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

mahabharatanews

ଡଙ୍ଗା ବୁଡିବା ଘଟଣା: ଡଙ୍ଗା ଚାଳକ ଓ ଡଙ୍ଗା ଘାଟ ମାଲିକକୁ ଗିରଫ

mahabharatanews